ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟିକାକରଣ ଶୁଭାରମ୍ଭ

ଗଣିଆ: (ବିଶ୍ୱରଂଜନ ସେଠି)ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଜମେରରୁ ୧୪ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚପିଭି ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଵାସ୍ଥ୍ୟ ଅଧିକାରୀ ମଧୁସୁଦନ ଦାସ ଏହାକୁ ଗୁରୁବାର ଦିନ ଶୁଭ ଉଦ୍ଘାଟନ କରିଛନ୍ତି । ଏଥିରେ ଜନ ସମ୍ପ୍ରସାରଣ ଅଧିକାରିଣୀ କମଳା ମହାରଣାଙ୍କ ସମେତ ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ସହଯୋଗ କରିଥିଲେ ।ଏହି ଅଭିଯାନ କେବଳ ଏକ ଟିକାକରଣ କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ପିଢିକୁ ଜରାୟୁ ଗ୍ରୀବା କର୍କଟ ଭଳି ଗୁରୁତର ରୋଗରୁ ରକ୍ଷା କରିବା ନିମନ୍ତେ ଏକ ମଜଭୁତ ଅଭିଯାନ ବୋଲି ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଦାସ୍ କହିଛନ୍ତି ।। ପ୍ରତି ବର୍ଷ ହଜାର ହଜାର ମହିଳା ଏଥିରେ ପ୍ରଭାବିତ ହୁଅନ୍ତି। ଏହି ରୋଗର ମୁଖ୍ୟ କାରଣ ଏଚପିଭି, ଯାହା ଅନେକ ସମୟରେ ବିନା ଲକ୍ଷଣରେ ଶରୀରରେ ପ୍ରବେଶ କରିଥାଏ। ଏହି ନୂଆ ଅଭିଯାନରେ ମାଗଣା ଟିକାକରଣ ମାଧ୍ୟମରେ ଏଣିକି ଏହି ରୋଗରୁ ମୁକ୍ତି ମିଳିବ। । ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେଉଛି । ଏଥିରେ କିଶୋରୀମାନେ ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ଲଗାଇପାରିବେ। ଏହା ପରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ଫଳରେ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟିକା ନେଇପାରିବେ ଏବଂ ଜରାୟୁ ଗ୍ରୀବା କର୍କଟ ମାମଲା ହ୍ରାସ ପାଇବ।

ଏହି ଅଭିଯାନରେ ମୁଖ୍ୟତଃ ୧୪ ବର୍ଷର କିଶୋରୀଙ୍କୁ ସାମିଲ କରାଯିବ। ସ୍କୁଲ ଓ ସ୍ଥାନୀୟ ବିଭାଗ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ସ୍କୁଲରେ ପଢୁଥିବା ପିଲାଙ୍କ ତଥ୍ୟ ପୂର୍ବରୁ ପଞ୍ଜୀକୃତ ଥିବା ଯେଉଁମାନେ ସ୍କୁଲରେ ପଢୁନାହାନ୍ତି ସେମାନେ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପଞ୍ଜୀକରଣ କରିପାରିବେ। ଏଥିପାଇଁ ଆଧାର କାର୍ଡ ବା ସ୍କୁଲ ଆଇଡି ଆବଶ୍ୟକ। । ଟିକା ଲଗାଇବାର ୧୫-୩୦ ମିନିଟ ପର୍ଯ୍ୟନ୍ତ ପିଲାଙ୍କୁ ସେଣ୍ଟରରେ ରଖାଯାଉଥିବା ଦେଖିବାକୁ ମିଳିଛି ।