ଜାତୀୟ ମହିଳା ଦିବସ ରେ ପ୍ରତିମା ପୁରସ୍କୃତ
ନବରଙ୍ଗପୁର – ତା ୦୮. ୦୩( ନି ପ୍ର ) ଜାତୀୟ ମହିଳା ଦିବସ ଅବସରରେ ଆଜି ନବରଙ୍ଗପୁର ସରୋଜିନୀ ଫଙ୍କସନ ହଲ ଠାରେ ଅନୁଷ୍ଠିତ ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ କୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭ ଉଦଘାଟନ କରିଥିବା ବେଳେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀ ଶଙ୍କର ମାଝୀ,ନବରଙ୍ଗପୁର ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗ ର ଅଧିକାରୀ ବୃନ୍ଦ ଯଥା ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ, ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ପ୍ରମୁଖ ଉପସ୍ଥିତ ରହି ଥିଲେ l ଆଜି ମହିଳା ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ମାନେ ନିଜ ନିଜ ସେବା ପ୍ରଦାନରେ ସଫଳତା ଆଣି ଲୋକଙ୍କୁ ସେବା ଯୋଗାଇ ଆସିଥିବା ବେଳେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପୁରସ୍କୃତ କରି ସମ୍ମାନିତ କରିଥିଲା l ତେବେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସେବା ଯୋଗାଇ ସଫଳତା ର ଶୀର୍ଷକରେ ପହଞ୍ଚିଥିବା ଚନ୍ଦାହାଣ୍ଡି ଶିଶୁ ବିକାଶ ଅଧିନସ୍ଥ ଚକାମାଲ ଅଙ୍ଗନବାଡି କେନ୍ଦ୍ର-୨ ର ଅଙ୍ଗନବାଡି କର୍ମୀ ପ୍ରତିମା ସୋରୀ ଙ୍କୁ ଜିଲ୍ଲା ପ୍ରଶାସନ ମାନପତ୍ର ସହ ସୁଭଦ୍ରାଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ l ଆଜି ସୁଭଦ୍ରା ଯୋଜନା ର ଚତୁର୍ଥ କିସ୍ତି ପ୍ରଦାନ କରିବାକୁ ଯାଉଥିବା ବେଳେ ପ୍ରତ୍ୟେକ ଯୋଗ୍ୟ ମହିଳା ମାନଙ୍କୁ ଯେଭଳି ଆହୁରି ଏହି ଯୋଜନାରେ ସାମିଲ କରିବାକୁ ଉପସ୍ଥିତ କର୍ମୀ ଓ କର୍ମଚାରୀ ମାନଙ୍କୁ ସମାଜ କଲ୍ୟାଣ ଅଧିକାରୀ ଅବଗତ କରାଇ ଥିଲେ l
