ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା,ଭୁବନେଶ୍ବର ଷ୍ଟେସନରେ ଅଟକିଲା ଦୁରୋନ୍ତ ଏକ୍ସପ୍ରେସ୍

ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା। କଷ୍ଟ ସମ୍ଭାଳି ନପାରି ମେରୀ ସହେଲୀ ଆପରେ ସହାୟତା ମାଗିଲେ ମହିଳା। ଖବର ପାଇ ଭୁବନେଶ୍ବର ଷ୍ଟେସନରେ ଅଟକିଲା ଦୁରୋନ୍ତ ଏକ୍ସପ୍ରେସ୍। ଟ୍ରେନରୁ ମହିଳାଙ୍କୁ ଉଦ୍ଧାର କଲେ ଆରପିଏଫର ମେରୀ ସହେଲୀ ଟିମ୍। ଏହା ପରେ ଆରପିଏଫର ମେରି ସହେଲି ଟିମ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । କିଛି ସମୟ ପରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା । ଉଭୟ ମା. ପୁଅ ମେଡିକାଲରେ ସୁସ୍ଥ ଥିବା ଜଣାପଡିଛି । ଗର୍ଭବତୀଙ୍କ ପ୍ରତି ଏଭଳି ସମ୍ମାନ ଓ ସହଯୋଗ ପାଇଁ ଆରପିଏଫ ଓ ଓଡିଶା ପୋଲିସକୁ ଧନ୍ୟବାଦ ଦେଇଛନ୍ତି ମହିଳା ଜଣଙ୍କ ।