ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କଲେ । ସାଦି ଡଟ୍ କମ୍‌ରେ ମିଳିଲେ ଦ୍ୱିତୀୟ ପତ୍ନୀ । ଭଲ ପ୍ରୋଫାଇଲ୍ ଦେଖି ସମ୍ପର୍କ ରଖିଲେ କିନ୍ତୁ ଫଶିଗଲେ I 40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ ,ଟଙ୍କା ମାଗିଲେ ମିଳୁଛି ହତ୍ୟା ଧମକ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଶିଶୁପାଳ ଗଡ଼ରେ । ନ୍ୟାୟ ପାଇଁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାଲେଶ୍ୱରର ବିସ୍ମିତ ରଞ୍ଜନ ଦାସ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।୩୭ ବର୍ଷୀୟ ବିସ୍ତୃତଙ୍କ ଘର ବାଲେଶ୍ଵର ଜିଲ୍ଲା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ। ସେ ଭୁବନେଶ୍ଵରରେ ରହି ବ୍ୟବସାୟ କରୁଥିଲେ। ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଘର ଲୋକ ଦ୍ଵିତୀୟ ବିବାହ ପାଇଁ କହିଥିଲେ। ତେଣୁ ବିସ୍ତୃତ ସାଦି ଡଟ୍ କମ୍ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର ଗାଁରେ ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ମିନି ଦ୍ଵିତୀୟ ବିବାହ ପାଇଁ ଇଚ୍ଛା ରଖିଛନ୍ତି ବୋଲି ବିସ୍ତିତଙ୍କୁ କହିଥିଲେ । ୧୦ରୁ ୧୫ ଦିନ ମଧ୍ୟରେ ମିନି ତାଙ୍କୁ ବାହା ହେବାକୁ କହିଥିଲେ। ଏଥିରେ ବିସ୍ତୃତ ରାଜି ହୋଇଥିଲେ । ମିନିଙ୍କ ସର୍ତ୍ତ ଥିଲା ଏହି ବିବାହ ଚୁପଚାପରେ ହେବ।

ବାହା ହେବା ପୂର୍ବରୁ ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇଥିଲେ । ଘର ମାଲିକଙ୍କୁ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇଥିଲେ। ବିସ୍ତୃତଙ୍କ ଠାରୁ ବିଭିନ୍ନ ବାହାନାରେ ମିନି ଲକ୍ଷ ଲକ୍ଷ ଟଙ୍କା ମାଗି ନେଉଥିଲେ। ୧୦ରୁ ୧୫ ମାସ ମଧ୍ୟରେ ସେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ସାରିଥିଲେ।କିଛି ଦିନ ତଳେ ବିସ୍ମିତ କୌଣସି କାମରେ ବାଲେଶ୍ୱର ଯାଇଥିଲେ । ୩ ଦିନ ପରେ ଫେରିବେ ବୋଲି କହିଥିଲେ । ହେଲେ ଦୁଇ ଦିନ ପରେ ମିନିଙ୍କୁ ନ ଜଣାଇ ଘରକୁ ଫେରିଆସିଥିଲେ । ଘରେ ଆସି ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା । ଅମିନ ନାମକ ଜଣେ ଯୁବକଙ୍କ ସହ ମିନି ଅସଞ୍ଜତ ଅବସ୍ଥାରେ ଥିଲେ । ତେବେ ସେ କାହାକୁ କିଛି ନଜଣାଇ ନିଜ ଫୋନ୍‌ରେ ଫଟୋ ଓ ଭିଡିଓ ରେକର୍ଡିଂ କରି ସେଠାରୁ ପଳାଇଥିଲେ । ତା’ପରଠାରୁ ସେ ମିନି ଉପରେ ନଜର ରଖୁଥିଲେ ।ଜଣାପଡ଼ିଲା ଯେ ବିସ୍ମିତ ଘରେ ନଥିବା ସମୟରେ ଏକାଧିକ ଯୁବକଙ୍କୁ ମିନି ରୁମ ଡାକୁଛନ୍ତି । ଯୁବକମାନଙ୍କ ସହ ସମ୍ପର୍କ ରଖି ୧୦ରୁ୧୫ ହଜାର ଟଙ୍କା ନେଉଛନ୍ତି । ଏହା ଜାଣିବା ପରେ ବିସ୍ମିତା ତାଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ଏଥିରେ ମିନି ରାଗି ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ । କିଛି ଉପାୟ ନ ପାଇ ବିସ୍ମିତ ଧଉଳି ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।