ନବୀନଙ୍କ ଚିଠିର ଉତ୍ତର ଦେଲେ ଆଇନ ମନ୍ତ୍ରୀ
ଲୋକସଭା ସିଟ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନଥିବା ସେ କହିଛନ୍ତି।ପରୋକ୍ଷ ଭାବେ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡନ୍ତୁ । ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ । ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବା ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ଦୁରେଇ ରୁହନ୍ତୁ ନବୀନ ଏହା ହିଁ ମୋର ପରାମର୍ଶ ବୋଲି ସେ କହିଛନ୍ତି।