ନବ ନିଯୁକ୍ତ କୁଳପତି ପ୍ରଫେସର ମହେନ୍ଦ୍ର ମହାନ୍ତିଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ
ମାହାଙ୍ଗା -୬/୪ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କୁ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି l ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ଶୁକ୍ଳେଳେଶ୍ୱରର ପୁରାତନ ଛାତ୍ର ଅଟନ୍ତି l ଆଇଆଇଟି ଖଡ଼କପୁରରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ଓୟୁଏଟି ରେ ପ୍ରଫେସର ଭାବେ ସଫଳତାର ସହିତ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ l ଜଣେ ସୁନାମଧନ୍ୟ ସାଇଣ୍ଟିସ ଭାବେ ତାଙ୍କର ବେଶ ସୁଖ୍ୟାତି ରହିଛି l ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସାହାର ଉପଦେଷ୍ଟା ଏବଂ ମାଆ ରାଧାଦେବୀ ଦତ୍ତ ଟ୍ରଷ୍ଟର ଟ୍ରଷ୍ଟି ଭାବେ ବହୁ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିପାରିଛନ୍ତି lପ୍ରଫେସର ମହେନ୍ଦ୍ର ମହାନ୍ତିଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିବାରୁ ମାହାଙ୍ଗାରେ ଖୁସିର ମାହୋଲ ଦେଖିବାକୁ ମିଳିଛି l କୁଳପତି ଭାବେ ପ୍ରଫେସର ମହାନ୍ତିଙ୍କ ନାମ ଘୋଷଣା ପରେ ଭଗବତୀ ବିଦ୍ୟାପୀଠର ପୁରାତନ ଛାତ୍ର ଆଇଏଏସ ଉପେନ୍ଦ୍ର ନାଥ ବେହେରା,ଆଇଏଏସ ଅନିଲ କୁମାର ସାମଲ,ଗାନ୍ଧିବାଦୀ କର୍ମୀ ସରୋଜବନ୍ଧୁ ଦାଶ, ସମାଜସେବୀ କୈଳାଶ ଚନ୍ଦ୍ର ସ୍ୱାଇଁ, ଇଞ୍ଜିନିଅର ସହଦେଵ ଖଟୁଆ,ଆଇନୀଜୀବୀ ସତ୍ୟନାରାୟଣ ଦାସ, ରାଧାଦେବୀ ଟ୍ରଷ୍ଟର ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ, ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ପରିବେଶବିତ ଚିତ୍ତରଞ୍ଜନ ରାଉତ, ଶିକ୍ଷାବିତ ପ୍ରଶାନ୍ତ କୁମାର ରାଉତ,ଡକ୍ଟର ଅମରେନ୍ଦ୍ର ମହାନ୍ତି, ଡକ୍ଟର ଭାବଗ୍ରାହୀ ରାଉତ,ସାମ୍ବାଦିକ ଧନେଶ୍ୱର ସେଠୀ, ଶିକ୍ଷାବିତ ସୁରେନ୍ଦ୍ର ନାଥ ଲେଙ୍କା,ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ସରପଞ୍ଚ ଅଜୟ ନାୟକ, ସାମ୍ବାଦିକ ଅଜୟ ମହାନ୍ତି, ଆଇନୀଜୀବୀ ଦୀପକ ମହାନ୍ତି, ଆଇନୀଜୀବୀ ସୁଶାନ୍ତ କୁମାର ମହାନ୍ତି, ଆଇନୀଜୀବୀ ଯତୀନ୍ଦ୍ର କୁମାର ମହାନ୍ତି,ଡାକ୍ତର ମହେନ୍ଦ୍ର ଦାସ, ଡାକ୍ତର ରବୀନ୍ଦ୍ର ଦାସ,ସମାଜସେବୀ ଅଞ୍ଜନ ମିଶ୍ର, ସାମ୍ବାଦିକ ମନୋଜ ଆଚାର୍ଯ୍ୟ,ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ଡକ୍ଟର ତରୁଲତା ଦେବୀ, ପ୍ରମୁଖ ମାହାଙ୍ଗା ମାଟିର ଏହି କୃତୀ ସନ୍ତାନ ପ୍ରଫେସର ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି l
