ଚୁକ୍ତି କର ନଚେତ୍ ଆମେ ସମ୍ପୂର୍ଣ୍ଣ ଧ୍ବଂସ କରିଦେବୁ : ଟ୍ରମ୍ପ

ମଧ୍ୟପ୍ରାଚ୍ୟ ତିକ୍ତତା ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ନୂଆ ପ୍ରସ୍ତାବ ଦେଇଛି ଇରାନ। ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ହାତରେ ଇରାନ ଆଲୋଚନା ପାଇଁ ରଖିଥିବା ସର୍ତ୍ତଗୁଡ଼ିକୁ ଆମେରିକା ପାଖକୁ ପଠାଇଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରସ୍ତାବରେ ରାଜି ନଥିବା କହିଛନ୍ତି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଖରେ ଏବେ ଦୁଇଟି ବିକଳ୍ପ ବାକି ଅଛି। ଆଲୋଚନା କରି ଏକ ଚୂଡ଼ାନ୍ତ ସମାଧାନ କରିବାକୁ କିମ୍ବା ଆମେରିକା ତେହେରାନ ବିରୋଧରେ ଏକ ପୂର୍ଣ୍ଣସ୍ତରୀୟ ସାମରିକ ଅଭିଯାନ ଆରମ୍ଭ କରି ଧ୍ବଂସ କରିବା ପାଇଁ ପରୋକ୍ଷରେ ଧମକ ଦେଇଛନ୍ତି। ତେବେ ଟ୍ରମ୍ପ କହିଥିଲେ,ବିକଳ୍ପ ଅଛି। ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ସବୁଦିନ ପାଇଁ ଶେଷ କରିବାକୁ ଚାହୁଁନୁ। ଆମେ ଏକ ଚୁକ୍ତି କରିବାକୁ ଚେଷ୍ଟା କରିବାକୁ ଚାହୁଁଛୁ। ଏହା ହିଁ ବିକଳ୍ପ। ମାନବିକତା ଦୃଷ୍ଟିରୁ, ମୁଁ ଏହା ପସନ୍ଦ କରିବି ନାହିଁ। କିନ୍ତୁ ଏହା ହିଁ ବିକଳ୍ପ,ଆମେ ସେଠାରେ ବିସ୍ଫୋରଣ କରିବୁ କି ଅନ୍ୟ କିଛି କରିବୁ ତାହା ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେମାନେ ଚୁକ୍ତି ଚାହାଁନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ।