ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା
ଆସୁଛି ଆଉ ଏକ ଲଘୁଚାପ। ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା। ଲଘୁଚାପ ନେଇ ଆକଳନ କରୁଛି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ। ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାସହ ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର ରୂପ ନେବାର ଆଶଙ୍କା ରହିଛି।କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।