ସତ୍ୟଭାମା ଦେବୀଙ୍କ ୧୬ ତମ ସ୍ମୁତି ଉତ୍ସବ

ମାହାଙ୍ଗା -୧/୫ କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁର ଗ୍ରାମର ଧର୍ମପ୍ରାଣ ମହିଳା ତଥା ସମାଜସେବୀ ରାମଚନ୍ଦ୍ର ମହାପାତ୍ରଙ୍କ ସହଧର୍ମିଣୀ ସ୍ବର୍ଗୀୟା ସତ୍ୟଭାମା ଦେବୀଙ୍କ ସ୍ମୁତି ଉତ୍ସବ ପରମାନନ୍ଦ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଶରତ କର -ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର, ସାରସ୍ୱତ ସଂଗଠକ ଅବନୀ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି,ପ୍ରଫୁଲ୍ଲ କୁମାର ମହାନ୍ତି,ଅଲେଖ ଚନ୍ଦ୍ର ଦାସ,ଜିତେନ୍ଦ୍ର ମହାନ୍ତି, ବିଜୟ କୁମାର ଦାସ, ରମାକାନ୍ତ ପଣ୍ଡା, ନିମାଇଁ ଚରଣ ବେହେରା, ଯାଦବ ମହାପାତ୍ର, ଅଭୟ ମହାନ୍ତି, ବାସୁଦେବ ପୃଷ୍ଟି, ବ୍ରଜବନ୍ଧୁ ପଲେଇ, କେଶବ ବାରିକ, ଶରତ ମହାପାତ୍ର, ବିଜୟ ମହାପାତ୍ର,ଚନ୍ଦ୍ରଭାନୁ ମହାପାତ୍ର,ମାଧବାନନ୍ଦ ମହାପାତ୍ର,ଗୌରୀ ଶଙ୍କର ମହାପାତ୍ର, ଭବାନୀ ଶଙ୍କର ମହାପାତ୍ର, ଶ୍ୟାମ ଶଙ୍କର ମହାପାତ୍ର,ମୀନାରାଣୀ ମହାପାତ୍ର,ମଧୁଲିତା ମହାପାତ୍ର, ସାଗରୀକା ମହାପାତ୍ର, ପ୍ରଭାତୀ ବାରିକ, ନଟବର ବାରିକ,ଚିନ୍ମୟୀ ମହାପାତ୍ର, ସମୀକ୍ଷା ମହାପାତ୍ର, ସୌମ୍ୟାଶ୍ରୀ ମହାପାତ୍ର,ଶୁକଦେବ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l