ବ୍ଳକ ସଦଭାବନା ସଭାଗୃହରେ ଗଣିଆ ଲଙ୍କାପୋଡ଼ି ଯାତ୍ରା ନିମନ୍ତେ ପ୍ରଶାସନିକ ବୈଠକଯୋଗଦେଲେ କନ୍ଧମାଳ ସାଂସଦ

ଗଣିଆ,(ବିଶ୍ୱରଂଜନ ସେଠି) ଗୁରୁବାର ଦିନ ଗଣିଆ ବ୍ଳକ ସଦଭାବନା ସଭାଗୃହରେ ବିଡିଓ ଲବଣେନ୍ଦୁ ମହାନ୍ତିଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ଗୋଚ୍ଛି, ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଲଙ୍କାପୋଡ଼ି ଯାତ୍ରା କମିଟି ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ଉମାକାନ୍ତ ଦାଶ, ଉପଦେଷ୍ଟା ବିଭୁତି ଭୁଷଣ ପଣ୍ଡା, ପ୍ରମୁଖ ମଂଚାସୀନ ଥିଲେ । ଚଳିତ ବର୍ଷ ଗଣିଆ ଲଙ୍କାପୋଡ଼ି ଯାତ୍ରା ଏପ୍ରିଲ ୨୧ରୁ ଏପ୍ରିଲ ୨୪ ତାରିଖ ୪ଦିନ ଧରି ଅନଚୁଷ୍ଠିତ ହେବାକୁ ଥିବାବେଳେ କିଭଳି ସରସ ସୁନ୍ଦର ସହିତ କାର୍ଯ୍ୟକ୍ରମଟି ସମ୍ପାଦନ ହେବ ସେ ସମ୍ପର୍କରେ ସରକାରୀ ଓ ବେସରକାରୀ ରାଜନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଗଣିଆ ଲଙ୍କାପୋଡ଼ି ଯା୍‌ତ୍ରା ଚଳିତ ବର୍ଷ ୫୪ ବର୍ଷରେ ପଦାର୍ପଣ କରିଥିବାରୁ ଗଣିଆ ଗ୍ରାମବାସୀଙ୍କ ତରଫରୁ ବଡ଼ ଧୁମଧାମରେ ପାଳନ କରିବା ପାଇଁ ସର୍ବ ସମ୍ମତିକ୍ରମେ ସଭାରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ସାଂସଦ ଶ୍ରୀଯୁକ୍ତ ପାଣିଗ୍ର୍ରାହୀ ବିଭିନ୍ନ ବିଭାଗ ବଂଟନ କରିବା ସହିତ ପୁଖାଂନୁପୁଂଖ ଆଲୋଚନା କରି କମିଟି ଗଠନ କରିଥିଲେ । ଏଥିରେ ବିଡିଓ ସମସ୍ତ କମିଟିର ତଦାରଖ କରିବା ସହିତ କାଯ୍ୟକ୍ରମକୁ କିଭଳି ତ୍ୱରାନ୍ୱିତ କରାଯିବ ସାଂସଦ ବିଡିଓଙ୍କୁ କହିଥିଲେ । ବିଶେଷକରି ୪ଦିନଧରି ଗଣିଆ କଳା ସଂସ୍କୃତି ଦାସକାଠିଆ, ଖୋଳକୀର୍ତନ ଓ ଦୁଆରି ନାଚକୁ ପ୍ରାଧାନ୍ୟ ଦେବାପାଇଁ ସାଂସଦ କହିଥିଲେ । ରାମଲୀଳା ନାଟକ ଠାରୁ ଆରମ୍ଭ କରି ବାଣ, ପ୍ରଶେସନ, ଶାନ୍ତିଶୃଙ୍ଖଳା, ପାନୀୟଜଳ, ଟ୍ରାଫିକ ସମସ୍ୟା, ସ୍ୱଚ୍ଛତା, ଅଗ୍ନି ନିର୍ବାପକ, ମେଲୋଡ଼ି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଥିଲା । ବିଶେଷକରି ପ୍ରତ୍ୟେକ ସନ୍ଧ୍ୟାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ନିମନ୍ତ୍ରଣ କାରିବା ପାଇଁ କମିଟି ଗଠନ କରାଯାଇଥିଲା । ଗଣିଆ ରାମଲୀଳାର ଐତିହ ପରମ୍ପରା ବିଷୟରେ ସ୍ମରଣିକା କରିବା ପାଇଁ ଗରିଶ କୁମାର ମିଶ୍ର, ଅନ୍ତର୍ଯ୍ୟାମୀ ମିଶ୍ର, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତା, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଳୀଳା ସେଠୀ, ବନମାଳୀ ବାରିକି ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡା, ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମଳୟ କୁମାର ପଣ୍ଡା, ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଗଣିଆସ୍ଥିତ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟ, ବନମାଳୀ ବାରିକି ମହାବିଦ୍ୟାଳୟ ଓ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ, ଏନଏସଏସ ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ସମସ୍ତ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବ୍ଳକ ଶିକ୍ଷା ଅଧିକାରୀ, ସିଡିପିଓ, ଥାନା ଅଧିକାରୀ ଅଗ୍ନିଶମ ଅଧିକାରୀ, ବଂନାଂଚଳ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ମିଶନ ଶକ୍ତି, ପ୍ରାଣୀ ଚିକିତ୍ସାଧିକାରୀ, ସାମ୍ବାଦିକ ସଂଘ ଓ ଆଂଚଳିକ ସାମ୍ବାଦିକ ସଂଘର ସଭ୍ୟମାନେ, ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ ସମେତ ବହୁ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସମସ୍ତେ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଳୀଶ୍ରୀ ମେଳାକୁ ସଂପୁର୍ଣ୍ଣରୂପେ ସାହାଯ୍ୟ ସହଯୋଗ କରିବାକୁ ସାଂସଦ କହିଥିଲେ । ପରିଶେଷରେ ଉପସ୍ଥିତ ମଂଚାସୀନ ଅତିଥି ଓ ସମସ୍ତ ସରକାରୀ ଓ ବେସରକାରୀ ଅଧିକାରୀମାନଙ୍କୁ ବିଡିଓ ଲବଣେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିଲେ ।