ମାଳତୀପୁଟରେ ୨ଦିନିଆ ବ୍ଳକସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ୍
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକସ୍ଥିତ ରାସଙ୍ଗ ପଂଚାୟତର ମାଳତୀପୁଟ ଗ୍ରାମର ଯୁବକ ସଂଘ ଆନୁକୂଲ୍ୟରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଅଧିନରେ ଥିବା ମାଇଁ ଭାରତ, ନୟାଗଡ଼ ତରଫରୁ ବ୍ଳକ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବ ୧୮.୦୨.୨୦୨୬ରିଖରେ ଆରମ୍ଭ ହୋଇ ୧୯ତାରିଖରେ ଉଦଯାପିତ ହୋଇଯାଇଛଇ । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜ ସେବୀ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସିଆରସିସି ସୁଶାନ୍ତ କୁମାର ରଣା, ଦିନବନ୍ଧୁ ପ୍ରଧାନ, ସୁରେଶ କୁମାର ମହାଖୁଡ଼ ଯୋଗଦାନ କରିଥିଲେ । ମୁଖ୍ୟବକ୍ତାଭାବେ ସମାଜସେବୀ ମୁରଲୀଧର ବେହେରା ଯୋଗଦେଇ ଗ୍ରାମୀଣ ଯୁବଶକ୍ତିକୁ ସ୍ୱାସ୍ଥ୍ୟ ସଚେତନତା, ଶୃଙ୍ଖଳାବଦ୍ଧତା, ଓ ଦଳୀୟ ମନୋଭାବରେ ଏକଜୁଟ ହୋଇ ଖେଳୁଆଡ଼ ମନୋଭାବ ପ୍ରକାଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଭଲିବଲ, କବାଡ଼ି, ବ୍ୟାଡମିଂଟନ, ୧୦୦ମିଟର ଦୌଡ଼, ଜୁନିଅର ସଟଫୁଟ, ମ୍ୟୁଜିକ ଚେୟାର ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଏଥିରେ ଗ୍ରାମ ଆଖପାଖ ଅଂଚଳର ଅନେକ ଯୁବକ ଯୁବତୀମାନେ ଉତ୍ସାହର ସହିତ ଭାଗ ନେଇ ନିଜର ଦକ୍ଷତା ଓ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ଏଥିରେ କ୍ଳବ ର ସଭାପତି ସନ୍ତୋଷ କୁମାର ମହାଖୁଡ଼, ସହସଂପାଦକ ସୁଜିତ କୁମାର ପରିଡ଼ା, କୋଷାଧ୍ୟକ୍ଷ ସମୀର କୁମାର ମହାଖୁଡ଼, ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ମହାଖୁଡ଼, ଶ୍ରବଣ କୁମାର ବେହେରା, ଉପସ୍ଥିତ ଥିଲେ । ବିଜେତାମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ମାଳତୀପୁଟ ଯୁବକ କ୍ଳବର ଏହି ପ୍ରୟାସ ଗ୍ରାମୀଣ ଯୁବପିଢିଙ୍କୁ କ୍ରୀଡ଼ାମୁଖୀ କରିବାରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପଭାବେ ପ୍ରଶଂସିତ ହୋଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଭାବେ କରାଯିବ ବୋଲି କ୍ଳବ ପକ୍ଷରୁ ସୁଚନା ମିଳିଛି । ଏହି ଖେଳ ଓ ଆଥଲେଟିକ ଅନୁଷ୍ଠାନ ମାଧ୍ୟମରେ ଯୁବକମାନେ ନିଜ ଦକ୍ଷତାକୁ ପ୍ରଦର୍ଶନ କରିବା ସହିତ ଗ୍ରାମରେ ଏକ ସକରାତ୍ମକ ଓ ଉତ୍ସାହମୟ ପରିବେଶ ସୃଷ୍ଟି କରିପାରିଛି ।
