ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ, ଶ୍ରୀମନ୍ଦିର ଚାରି ଦ୍ବାରରେ ଲଗାଯିବା ବ୍ୟାଗେଜ୍ ସ୍କାନର ମେସିନ୍
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୁରୀ ଏସପି ପ୍ରତୀକ ସିଂଙ୍କ କହିବା ଅନୁସାରେ, ଆଗାମୀ ଦିନରେ କିଭଳି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ବ୍ୟବସ୍ଥିତ କରାଯାଇପାରିବ ସେନେଇ ଆଲୋଚନା ବୈଠକରେ ହୋଇଛି । ଶ୍ରୀମନ୍ଦିର ଚାରି ଦ୍ବାରରେ ବ୍ୟାଗେଜ୍ ସ୍କାନର ମେସିନ୍ ଲଗାଯିବା ପାଇଁ ନିଷ୍ପତ୍ତି ହୋଇସାରିଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ । ଏନେଇ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେପଟେ ଶ୍ରୀମନ୍ଦିରକୁ ଡ୍ରୋନ୍ ଆକ୍ରମଣରୁ ରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ କାର୍ଯ୍ୟକାରୀ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ପୋଲିସ ବିଭାଗ ପକ୍ଷରୁ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପାଇଁ ବରାଦ ଦିଆଯାଇଥିବା ବେଳେ ଏହା ଆସିବା ପରେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।