ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଶନିବାର ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ଶିବିରର ସଂଯୋଜକ ଶର୍ମିଳା ଦାଶ, ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିବାବେଳେ ପ୍ରଶିକ୍ଷକ ଭାବେ ଅଙ୍କିତା ରଣା ଛାତ୍ରମାନଙ୍କୁ ଆତ୍ମରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ଶନିବାର ୭ମ ଦିବସରେ ଉଦଯାପିତ ହୋଇଯାଇଛି । ଛାତ୍ରୀମାନେ ନିର୍ଭୀକ ଓ ସାହାସୀ ହେବାକୁ ପରାମର୍ଶ ଦେବା ସହ ପ୍ରତିକୁଳ ପରିସ୍ଥିତିରେ ଏହି କୌଶଳ ଜରିଆରେ ନିଜକୁ ସୁରକ୍ଷା ଦେବା ସଂମ୍ପର୍କରେ ଆତ୍ମରକ୍ଷା ତାଳିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥବବାବେଳେ ୫୦ରୁ ଅଧିକ ଛାତ୍ରୀ ପ୍ରଶିକ୍ଷଣରେ ଭାଗ ନେଇଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
