ଲାଞ୍ଜିଗଡ ରୋଡ଼ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଳିତ ହୋଇ ଯାଇ ଅଛି*

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ଉତ୍ସବ ମୁଖର ହୋଇ ପଡିଛି ଗାଁ ପରିସର l କଳାହାଣ୍ଡି ଜିଲ୍ଲରେ ଏବେ ଆରମ୍ଭ ହୋଇ ଯାଇଛି ଉତ୍ସବ ର ମାହୋଲ l କଳାହାଣ୍ଡି ର ଐତିହ, ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା କଳାହାଣ୍ଡି ଉତ୍ସବ ଘୁମୁରା ଆସନ୍ତା ୧୪ ମକର ସଂକ୍ରାନ୍ତି ଠାରୁ ଜିଲ୍ଲା ସ୍ତର ରେ ଅନୁଷ୍ଠିତ ହବ l ଏହା ପୂର୍ବ ରୁ ଜିଲ୍ଲା ର ପ୍ରତି ବ୍ଲକ ଓ ଗ୍ରାମ ପଂଚାୟତ ସ୍ତର ରେ ଏହା ଅନୁଷ୍ଠିତ ହଉଛି l କଳାହାଣ୍ଡି ର ବୀର ବାଦ୍ୟ ଘୁମୁରାରୁ ଆରମ୍ଭରୁ ଆରମ୍ଭ ହୋଇ ଥିଲା ଘୁମୁରା ଉତ୍ସବ ୨୦୨୬ ଲାଞ୍ଜିଗଡ ରୋଡ଼ ସରପଞ୍ଚ ମମତା ଶବର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କ ଧର ମାଝୀ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ ୱାର୍ଡ ମେମ୍ବର ବିନ୍ଦୁ ବାସିନୀ ଶିକା, ନନ୍ଦ ମାଝୀ, ମମି ମାଝୀ, କଷ୍ଟି ମାଝୀ, ମହେନ୍ଦ୍ର ସୁନାନୀ, ସୁକୁମାରୀ ମାଝୀ, ପଦ୍ମା ଶବର, କୁମଖାଳ ଏଡିଇଓ ବ୍ରହ୍ମl ଦୁରିଆ, ବିଜେପୁର ଏଡିଇଓ ତରୁଣ କୁମାର ବେହେରା ଏମ ବି କେ ସନ୍ତୋଷୀ ଗଉଡ଼, ଏ ଏନ ଏମ ସୁଷମା ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାହାଣ୍ଡି ର ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗ ଦର୍ଶନ ଦେଇ ଥିଲେ l

ଆରମ୍ଭ ରୁ ଲାଞ୍ଜିଗଡ ରୋଡ଼ ଶିବ ମନ୍ଦିର ପୀଠରୁ ସରପଞ୍ଚ ମମତା ଶବର ଙ୍କ ନେତୃତ୍ୱ ରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ପଂଚାୟତ ସ୍ଥିତ ଉତ୍ସବ ମଞ୍ଚ ରେ ସ୍ଥାପନା କରା ଯାଇ ଥିଲା ଏବଂ କଳାହାଣ୍ଡି ର ଇଷ୍ଟ ଦେବୀ ମା ମାଣିକେଶ୍ବରୀ ଙ୍କୁ ଆରାଧନା କରିଥିଲେ l କାର୍ଯ୍ୟ ନିର୍ବାହୀ ଅଧିକାରୀ ଡମ୍ବରୁ ଧର ସେନାପତି ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସର ରେ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସି ଆର ପି,ଆଶା କର୍ମୀ ସମେତ ମିଶନ ଶକ୍ତି ର ମହିଳା ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଲାଞ୍ଜିଗଡ ରୋଡ଼ ଏ ଡି ଇ ଓ ସୁରେନ୍ଦ୍ର ସେଠି ଓ ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ ଙ୍କ ନେତୃତ୍ୱ ରେ ବିପୁଳ ରାଉତ ଦେବାରଜ ଗଉଡ଼ ଙ୍କ ସମେତ ସମସ୍ତ ଗାଁ ସାଥି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ l ପଂଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ କୁନି କୁନି ଛାତ୍ର ଛାତ୍ରୀ ମାନେ ଏକକ ଏବଂ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ l ଶେଷରେ କୃତି ପ୍ରତି ଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା l କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ hr ଟିଭି ଓଡ଼ିଆ