ଆସନ୍ତା ଜୁନ୍ ୧ରେ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣି ଥରେ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୍ ୧ରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ୨୭ ତାରିଖରେ ଯେଉଁମାନେ ଅନଲାଇନ୍ ଯୋଗେ ନାମ ଓ ଅଭିଯୋଗ ବାବଦରେ ପଞ୍ଜିକରଣ କରିଥିଲେ, ସେହିମାନେ ହିଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ ଦାଖଲ କରିବେ । ସେମାନେ ଆଉ ପୁନଃ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ପରିଚୟ ପତ୍ର ଓ ଅଭିଯୋଗ ପତ୍ର ଆଣିବାକୁ ବିଭାଗ ପରାମର୍ଶ ଦେଇଛି ।