ପ୍ରତି ଥାନା ଅଞ୍ଚଳରେ ଅପରାଧୀଙ୍କ ତାଲିକା ପ୍ରସ୍ତୁତ : ଡିଜିପି
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ପ୍ରତିକ୍ରିୟା । ସବୁ ଜିଲ୍ଲା ଏସପିଙ୍କୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇ । ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ ।୫ ହଜାର ୭ ଶହରୁ ଅଧିକ ଅପରାଧିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମାଳ ମାଳ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦ ଜିଲ୍ଲାରେ ସାଇବର ଅପରାଧୀଙ୍କ ଉପରେ ରହିଛି ନଜର। ସରେଣ୍ଡର ନକଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିଜିପି ଚେତାବନୀ ଦେଇଛନ୍ତି। ପୋଲିସର ଥାର୍ଡ଼ ଡିଗ୍ରୀର ସେଭଳି କୌଣସି ଉଦ୍ଦେଶ୍ୟ ନାହିଁ। ଓଡ଼ିଶାରେ ବାଂଲାଦେଶୀଙ୍କ ଉପରେ କଡ଼ା ନଜର ରହିଛି । ବିଭିନ୍ନ ଥାନା ଓ ମେରାଇନ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ନଜର ରଖିବା ପାଇଁ । ପୋଲିସର ଏନକାଉଣ୍ଟର ଉଦ୍ଦେଶ୍ୟ ନୁହେଁ, ପୋଲିସ ଉପରେ ଯେତେବେଳେ ଅପରାଧୀ ଆକ୍ରମଣ ବା ଗୁଳି ଚାଳନା କିମ୍ବା ବମ୍ବିଂ କରିଥାନ୍ତି ପୋଲିସ ନିଜର ସେଲ୍ଫ ଡିଫେନ୍ସ ପାଇଁ ଏନକାଉଣ୍ଟର କରିଥାଏ ବୋଲି ପୋଲିସ ଡିଜି ଶ୍ରୀ ଖୁରାନିଆ କହିଛନ୍ତି ।