ଖୁବଶୀଘ୍ର ଓଡ଼ିଶାରେ ସ୍ଥାପନ ହେବ ୬ଟି ହାଇ ଉଇଣ୍ଡ ସ୍ପିଡ୍ ରେକର୍ଡର
ଖୁବଶୀଘ୍ର ଓଡ଼ିଶାରେ ସ୍ଥାପନ ହେବ ୬ଟି ହାଇ ଉଇଣ୍ଡ ସ୍ପିଡ୍ ରେକର୍ଡର (ହବସର) । ବାତ୍ୟା ସମ୍ପର୍କିତ ସଠିକ ତଥ୍ୟ ପ୍ରଦାନ ସହ ଲୋକଙ୍କୁ ବାତ୍ୟାର ବିତ୍ପାତ ବା ପବନର ବ୍ୟଗ୍ରତା ବିଷୟରେ ଆଗୁଆ ସୂଚନା ଦେବ ।ଏନେଇ ଜମି ଆବଣ୍ଟନ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ଆଲୋଚନା ମଧ୍ୟ ହୋଇଛି । କେଉଁଠି ହେବ ଓ ଏହାର ପରିସୀମା କେତେ ରହିବ ସରକାର ଜମି ଚିହ୍ନଟ ପରେ ବା ଜମି ଓଡିଶା ପାଣିପାଗ ବିଭାଗକୁ ଦେବା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ନିର୍ଦ୍ଦେଶିକା । ଉପକୂଳ ଅଞ୍ଚଳ ବାତ୍ୟା ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଏ । ଉପକୂଳ ଅଞ୍ଚଳ ସୀମାବର୍ତ୍ତୀ ତଟରେ ଏହା ଲଗାଯିବ । ବିଶେଷକରି ସାଇକ୍ଲୋନ ସମୟରେ ଅତ୍ୟଧିକ ପବନର ଗତିକୁ ମାପିବା ଓ ସାଇକ୍ଲୋନ ସମ୍ବନ୍ଧୀୟ ପର୍ଯ୍ୟେକ୍ଷଣର ସଠିକତାକୁ ଆଉ ଟିକେ ସୁଦୃଢ କରିବା ଉଦେଶ୍ୟରେ ଏହି HWSR ସ୍ଥାପନ କରାଯିବ ବୋଲି ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।ପୂର୍ବରୁ ରାଜ୍ୟରେ ୬ଟି ୱିଣ୍ଡ ସ୍ପିଡ୍ ରେକର୍ଡର ଥିବା ବେଳେ ଆଉ ୬ଟି ଲାଗିବା ପରେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇବ । ଗୋପାଳପୁର, ପୁରୀ, ଭୁବନେଶ୍ୱର, ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ୱର ଏହି ୬ ସ୍ଥାନରେ ୱିଣ୍ଡ ସ୍ପିଡ଼ ରେକର୍ଡର ରହିଛି । ଯାହା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପୂର୍ବ ପ୍ରସ୍ତୁତିକୁ ବେଶ ତ୍ଵରାନିତ୍ଵ କରେ । ବାତ୍ୟା ସମ୍ଭାବନା ଜନିତ ଆକଳନକୁ ସଠିକ ଭାବେ ଆକଳନ ପାଇଁ ସହାୟକ ହୁଏ ।
ପାରାଦ୍ବୀପ ଓ ଗୋପାଳପୁର ରେ ୨ ଟି Doppler Weather Radars ଷ୍ଟେସନ ରହିଛି । ରାଜ୍ୟରେ ଥିବା ଏହି ଅତ୍ୟାଧୁନିକ ଭିତିଭୂମି ପାଣିପାଗ ସମ୍ପର୍କିତ ସୂଚନା ସଠିକ ଢଙ୍ଗରେ ଦେବାରେ ସହାୟକ ହୋଇଥାଏ । ଯାହା ଆମକୁ ଏକ ବଡ ବିପର୍ଯ୍ୟୟରୁ ବଞ୍ଚାଇବା ପାଇଁ ସତର୍କ ଓ ସଚେତନ କରାଥାଏ ।