ପଦ ଛାଡ଼ିଲେ ମୁଖ୍ୟମନ୍ତ୍ରୀ: ୩ଟାରେ ଦେବେ ଇସ୍ତଫା

କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ପଦ ଛାଡିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ନିଷ୍ପତ୍ତି ବିଷୟରେ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଅପରାହ୍ନ ୩.୦୦ଟାରେ ସିଦ୍ଦରାମାୟା ଲୋକଭବନ ଯିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ । ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ ପଦ ଛାଡିବାକୁ କହିଛନ୍ତି, ଯାହା କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଏପର୍ଯ୍ୟନ୍ତ ସିଦ୍ଦରମୈୟାଙ୍କୁ ‘ସମୟ ମିଳିନାହିଁ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ସିଦ୍ଦରମୈୟାଙ୍କ ପରେ ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ମିଠା ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି ।ସିଦ୍ଧରମୈୟା କହିଛନ୍ତି, ଆମେ ୨୦୨୮ ବିଧାନସଭା ନିର୍ବାଚନରେ ମିଶିକି କାମ କରିବୁ । ୨୦୨୩ରେ ହୋଇଥିବା ରୋଟେସନାଲ୍ ଫର୍ମୁଲା ଅନୁସାରେ ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମୈୟା ଶାସନ କରିବାର ଥିଲା । ଯାହା ଏବେ ପୂରଣ ହେବାକୁ ଯାଉଛି । ୨୦୨୮ ନିର୍ବାଚନ ପୂର୍ବରୁ ବୋକାଲିଗା ସମୁଦାୟର ସମର୍ଥନକୁ ମଜବୁତ କରିବା ପାଇଁ ଦିଲ୍ଲୀ ଦରବାର ଶିବକୁମାରଙ୍କ ନାଁରେ ମୋହର ମାରିଛି । ଖୁବ୍ ଶୀଘ୍ର କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ।