୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା

ଓଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ । ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି । ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା । ହଂକଂରେ ନିଆଗଲା ବଡ଼ ନିଷ୍ପତ୍ତି । ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି । ଆସନ୍ତା ୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାର ବଡ଼ ସୁଯୋଗ ଓଡ଼ିଶାକୁ ମିଳିଛି ।ଓଡ଼ିଶା ସହିତ ଚଣ୍ଡୀଗଡ଼କୁ ୨୦୨୮ ଏସିଆନ୍ ରିଲେ ଆୟୋଜନର ଦାୟିତ୍ୱ ମଧ୍ୟ ମିଳିଛି । ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତୀୟ ଆଥଲେଟିକ୍ସ ସଂଘକୁ ଶୁଭେଚ୍ଛା ଜଣାଇଛନ୍ତି । ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସମଗ୍ର ଭାରତ ଏବଂ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ।