ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ- ସୁରେଶ ପୂଜାରୀ
ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ତଡିପାର ହେବେ ଅନୁପ୍ରବେଶକାରୀ। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।ରାଜସ୍ଵ କହିଛନ୍ତି ଯେ, ଏସଆଇଆର କାମ ଚାଲିଛି। ଯେଉଁମାନେ ପ୍ରକୃତରେ ଭାରତୀୟ ନୁହନ୍ତି ସେମାନଙ୍କର ଭୋଟର ତାଲିକାରୁ ନାଁ କାଟିବାର ପ୍ରକ୍ରିୟା ଚାଲିଛି। ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ସାରା ଦେଶ ଚଳଚଞ୍ଚଳ ହେବ। ଓଡ଼ିଶାରୁ ଏବଂ ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯିବ। ସୂଚନାମୁତାବକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଚେତାବନୀ ପରେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଶତାଧିକ ବାଂଲାଦେଶୀ ନାଗରିକ ଏବେ ନିଜ ଦେଶକୁ ଫେରିଯିବା ପାଇଁ ସୀମାନ୍ତରେ ପ୍ରବଳ ଭିଡ଼ ଜମାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’ (ଚିହ୍ନଟ କର, ବାଦ୍ ଦିଅ ଏବଂ ବାହାର କର) ନୀତିର ଘୋଷଣା ପରେ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।