ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ନାରୀ ସୁରକ୍ଷା ଅଭିଯାନ*
* ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ତରଫରୁ ‘ ନାରୀ ଅଧିକାର ଅଭିଯାନ ‘ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ସେଥିପାଇଁ ବିଜେପି ସରକାର ବିରୋଧରେ ପ୍ରତିବାଦ କରାଯାଇଥିଲା । ଭବାନୀପାଟଣା ଜେଲ ଛକ ଠାରୁ ‘ନାରୀ ଅଧିକାର ଅଭିଯାନ’ କାର୍ଯ୍ୟକ୍ରମର ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସ୍ମାରକପତ୍ର ପ୍ରଦାନ କରାଗଲା । ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ସଦର ବିଧାୟକ ଶ୍ରୀ ଦୁଷ୍ମନ୍ତ ନାଏକ, ଶ୍ରୀ ଗୋବର୍ଦ୍ଧନ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସବିତା ପ୍ରଧାନ , ମହିଳା ଜନତା ଦଳର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ବିଜେଡି କର୍ମକର୍ତ୍ତା ଓ ବରିଷ୍ଠ ନେତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।