ଇବୋଲା ଆତଙ୍କ: ଭାରତରେ ଇବୋଲା ଭାଇରସ୍ ଲକ୍ଷଣ!

ଭାରତରେ ଦେଖାଦେଇଛି ଇବୋଲା ଭାଇରସ୍ ଲକ୍ଷଣ। ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍ ଲକ୍ଷଣ ଦେଖା ଦେଇଛି। । ଶରୀରରେ ଯନ୍ତ୍ରଣା ହେବାରୁ ବେଙ୍ଗଲୁରୁର ସରକାରୀ ହସ୍ପିଟାଲରେ ଭର୍ତ୍ତି। ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି, ରେଜଲ୍ଟକୁ ଅପେକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ଉତ୍ତର-ପୂର୍ବ କଙ୍ଗୋରେ ଏବୋଲାର ଏକ ବିରଳ ପ୍ରଜାତି ଦେଖାଦେଇଛି, ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଏପର୍ଯ୍ୟନ୍ତ ସେଠାରେ ୯୦୦ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ୨୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ମହାମାରୀ ଆହୁରି କିଛି ମାସ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି (WHO) ଆଶଙ୍କା ପ୍ରକଟ କରିଛି। ସ୍ଥିତିକୁ ଦେଖି ସେଠାରେ ସହାୟତା କାର୍ଯ୍ୟକୁ ଜୋରଦାର କରାଯାଇଛି।ଏହି ଇବୋଲା ଭାଇରସ ପାଇଁ ଦେଶର ବିଭିନ୍ନ ବିମାନବନ୍ଦରରେ କଟକଣା ଜାରୀ ହୋଇଛି। ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ପୁର୍ବରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଇବୋଲା ପ୍ରଭାବିତ ଦେଶରୁ ଯାତ୍ରା କରୁଥିବା କିମ୍ବା ପରିବହନ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିସାରିଛି, ଯେଉଁଥିରେ ଲକ୍ଷଣ ଦେଖାଯାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରୀ ଯାଞ୍ଚ ପାଇଁ ବିମାନବନ୍ଦର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା।ସେହିପରି ଭୁବନେଶ୍ବର ବିମାନବନ୍ଦରରେ କଟକଣା ଜାରୀ ହୋଇଛି। ଯାତ୍ରୀଙ୍କ ସ୍କ୍ରିନିଂ ଆରମ୍ଭ ହୋଇଛି।