ଭିଜିଲାନ୍ସ ଜାଲରେ ACSO, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନକିଣା କାରବାରରେ ଭୂଇଁପୁର ଲ୍ୟାମ୍ପ୍ ଏମଡି ହିରାମୋହନ ନାଏକ ଲାଭ ପାଇଥିବା କହି ACSO ଧୂମାରାମ ମୁର୍ମୁ ତାଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ହିରାମୋହନ ନାଏକ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା କାରବାର ଚାଲିଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ACSOଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଥିବା ସହିତ ଅଧିକ ତଦନ୍ତ ଜାରି ରଖିଛି। । ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।