ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ
ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବୁବୁନ ସାହୁ ଟପ୍ପର ହୋଇଛନ୍ତି। ସେହିପରି ଶୋଭନା ମହାନ୍ତି ଦ୍ବିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜ୍ଞାପନ ସଂଖ୍ୟା ୦୭/୨୦୨୪-୨୫ ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୦ରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ମେ’ ୧୪ରୁ ମେ’ ୨୦ ଯାଏଁ ଇଣ୍ଟରଭ୍ୟୁ ପର୍ଯ୍ୟାୟ ହୋଇଥିଲା । ମୋଟ ସୁପାରିଶ କରାଯାଇଥିବା ୨୦୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ମହିଳା ରହିଛନ୍ତି । ବିଜ୍ଞାପିତ ପଦବୀ ତୁଳନାରେ ଚଳିତ ବର୍ଷ ମହିଳାମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି ।