ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ

ଅଦ୍ୟତା ୨୭-୫-୨୦୨୬ରିଖ ପଞ୍ଚାୟତ କାର୍ଯ୍ୟାଳୟ, ଆମ୍ବସରମୁଣ୍ଡା ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି ଭାବେ ସରପଞ୍ଚ ସସ୍ମିତା ସେଠୀ, ADO ପ୍ରଶାନ୍ତ ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାୟକ ଯୋଗ ଦେଇଥିଲେ। ସମସ୍ତଙ୍କୁ ସ୍ଵାଗତ ଜଣାଇବା ପରେ ବିଶ୍ଵ ଯୁବ କେନ୍ଦ୍ର, ଆକ୍ସେସ ଟୁ ଜଷ୍ଟିସ ର ପ୍ରକଳ୍ପ ସଂଯୋଜିକ ପୂଜା ସ୍ୱାଇଁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ବାଲ୍ୟ ବିବାହ ର କୁପରିଣାମ ,ଆଇନ ଅନୁଯାୟୀ ଦଣ୍ଡବିଧାନ ,ଶିଶୁ ଶ୍ରମିକ ନିରାକରଣ, ଶିଶୁ ଯୌନ ନିର୍ଯାତନା ନିରୋଧ ସମ୍ବନ୍ଧୀୟ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତୋଦୟ ଗୃହ ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା , ସୁଭଦ୍ରା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

ସୁପର ଭାଇଜର ମମତା ଯୋଜନା,ପୋଷଣ କାର୍ଯ୍ୟକ୍ରମ,ମହିଳା ଓ ଶିଶୁ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ CRP ମହିଳା ମାନଙ୍କୁ ଦିଆ ଯାଉଥିବା ଋଣ ଓ ପିଲା ମାନଙ୍କୁ ଦିଆଯାଉଥିବା ବୈଷୟିକ ତାଲିମ ଶିକ୍ଷା ବିଷୟରେ ଅବଗତ କରାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ କିଶୋରୀ ବାଳିକା, CRP, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରାଯାଇଥିଲ। କାର୍ଯ୍ୟକ୍ରମ କୁ ଜସ୍ମିତା ପ୍ରଧାନ, ପୁନିଆ ସାହୁ ସହଯୋଗ କରିଥିଲେ।