ବିମାନ ଇନ୍ଧନ ଦର ବଢ଼ିବା ପରେ ଉଡ଼ାଣରେ କାଟଁଛାଟଁ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ
ଯୁଦ୍ଧର ପ୍ରଭାବ ପଡ଼ିଛି ଘରୋଇ ବିମାନ ଚଳାଚଳ ଉପରେ।ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି। ବାୟୁ ସୀମା କଟକଣା ସହ ବିମାନ ଇନ୍ଧନ ଦର ବୃଦ୍ଧି କାରଣରୁ ବାହାର ଦେଶକୁ ବିମାନ ସେବା ଯୋଗାଇବା ଅତ୍ୟଧିକ ବ୍ୟୟବହୁଳ ହୋଇପଡ଼ିଥିବା ଦର୍ଶାଇ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସ ଏହାର ଅନ୍ତର୍ଜାତୀୟ ଉଡ଼ାଣ ୨୭ ପ୍ରତିଶତ ହ୍ରାସ କରିଥିବାବେଳେ ୨ ସପ୍ତାହ ପରେ ଘରୋଇ ବିମାନ ସେବା କମାଇଛି।ସେହିପରି ୫ରୁ ୭%କମାଇବାକୁ ଇଣ୍ଡିଗୋ ଯୋଜନା କରିଛି। ଜୁନରୁ ଏହାଲାଗୁ ହେବ । ଇନ୍ଧନ ଦରବୃଦ୍ଧି ଚାପ ଅସହ୍ୟ ହେବାରୁ ଦେଶର ଦୁଇ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୪୦୦ ଉଡ଼ାଣ କରିଥାଏ। ସେଥିରୁ ୩୬୦୦ ଉଡ଼ାଣ ଦେଶ ଭିତରେ ଓ ୮୦୦ ଉଡ଼ାଣ ଅନ୍ତର୍ଜାତୀୟ ରୁଟ୍ରେ ହୋଇଥାଏ। ତେଣୁ ଏୟାର ଇଣ୍ଡିଆ ଘରୋଇ ରୁଟ୍ରେ ୮୦୦ ଉଡ଼ାଣ ବାତିଲ କରିପାରେ।