ଆଗାମୀ ଦିନରେ ସରକାରୀ କାମରେ ଗଡିବ EV; ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ପଞ୍ଚାୟତରୁ ବ୍ଲକ ଏବଂ ତହସିଲରୁ ଜିଲ୍ଲା, ସବୁ ସ୍ତରରେ ସରକାରୀ କ୍ଷେତ୍ରରେ ଆଗାମୀ ଦିନରେ ବ୍ୟବହାର ହେବ ଇଭି (ଇଲେକ୍ଟ୍ରିକ୍ ଯାନ) । କୌଣସି ନୂଆ ଡିଜେଲ, ପେଟ୍ରୋଲ ଭଡା ଗାଡି ଆଉ ସରକାରୀ ସ୍ତରରେ ବ୍ୟବହାର ହେବନାହିଁ । ପେଟ୍ରୋଲ ଗାଡି ବ୍ୟହହାର ନେଇ ଯଦି ନିହାତି ଆବଶ୍ୟକ ପଡେ ତାହେଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବେ ।ସରକାର ଇଭି ଗାଡି ଉପରେ ଗୁରୁତ୍ୱ ଦେଲେ, ଘରୋଇ କ୍ଷେତ୍ରରେ ବିଶେଷକରି ଟ୍ରାଭେଲସ, ଟୁର ଅପରେଟରମାନେ ମଧ୍ୟ ଇଭି ଗାଡି ବ୍ୟବହାର କରିବାକୁ ଉତ୍ସାହିତ ହେବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।ସୂଚନା ଥାଉ କି ବିଭିନ୍ନ ବିଭାଗରେ ଏବେ ସରକାର ପ୍ରାୟ ସାଢ଼େ ତିନି ହଜାର ଡିଜେଲ ପେଟ୍ରୋଲ ଗାଡି ଭଡ଼ାରେ ବ୍ୟବହାର କରୁଛନ୍ତି । ସେହି ଗାଡିର ପଞ୍ଜିକରଣ ଅବଧି ଶେଷ ହେବା ପରେ ସେହି ସ୍ଥାନରେ ଇଭି ଗାଡି ବ୍ୟବହାର ହେବ । ଫଳରେ ସରକାର ଡିଜେଲ ପେଟ୍ରୋଲ ବାବଦରେ କରୁଥିବା ଖର୍ଚ୍ଚ ହ୍ରାସ ପାଇବ । ପରିବେଶ ପ୍ରଦ୍ୟୁଷଣ ଉପରେ କମ ପ୍ରଭାବ ପଡିବ ।