ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ: ସାରା ରାଜ୍ୟକୁ ଆଲର୍ଟ ଜାରି
ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି ।ଅନ୍ୟପଟେ ୭ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବା ବେଳେ ଟ୍ରପ ଲାଇନ ପ୍ରଭାବରେ ଆଜିଠୁ ବଢିବା ବର୍ଷା ।କେନ୍ଦୁଝରରେ ପ୍ରବଳ ବର୍ଷା ସହ ମୟୁରଭଞ୍ଜ,ଅନୁଗୁଳ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ।ଆଜି ସାରା ଓଡ଼ିଶାରେ କାଳଵୈଶାଖୀ ପ୍ରଭାବ ରହିବା ସହ ଉପକୂଳ ସହ ଆଭ୍ୟନ୍ତରୀଣ ଜିଲ୍ଲାର ଅନୁଗୁଳ, ଦେଓଗଡ, ସମ୍ବଲପୁର , କେନ୍ଦୁଝରରେ ପ୍ରବଳ ବର୍ଷା ସହ ଜଗତସିଂହପୁର,କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ , ଢେଙ୍କାନାଳ ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।