ନିଟ୍ ପେପର ଲିକ୍ ମାମଲା, ସୁପ୍ରିମକୋର୍ଟ କହିଲେ, ଦାୟିତ୍ୱ ସ୍ଥିର ହେବା ଦରକାର

ନିଟ୍-ୟୁଜି  ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୁପ୍ରିମ କୋର୍ଟ ଏନଟିଏକୁ କଡା କଟାକ୍ଷ କରିଛନ୍ତି । ତେବେ ସୁପ୍ରିମକୋର୍ଟର ଶୁଣାଣି ସମୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସମଗ୍ର ମାମଲା ଉପରେ ନଜର ରଖିଛନ୍ତି। ସରକାର କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଏକ ଦୃଢ଼ ଏବଂ ସ୍ୱଚ୍ଛ ବ୍ୟବସ୍ଥା ବିକଶିତ କରାଯାଉଛି।ଶୁଣାଣି ସମୟରେ, ସୁପ୍ରିମକୋର୍ଟ ପରୀକ୍ଷା ବ୍ୟବସ୍ଥା ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡିତ ଏପରି ମାମଲାରେ ଯେକୌଣସି ଅବହେଳା ଗ୍ରହଣୀୟ ନୁହେଁ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପରୀକ୍ଷା ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ହେବା ଉଚିତ।ସୁପ୍ରିମ କୋର୍ଟ କହିଥିଲେ ଯେ, ଆମର ଉଦ୍ଦେଶ୍ୟ ହେଉଛି ଏନଟିଏକୁ ପ୍ରଯୁକ୍ତିଗତ ଓ ବୁଦ୍ଧିମତା ଦୁଇ ଦିଗରୁ ଏତେ ସଶକ୍ତ କରିବା ଯେ, ୨୦୨୪ କିମ୍ବା ୨୦୨୬ ପରି ଗଡବଡି ପୁଣିଥରେ ନ ହେଉ। କୋର୍ଟ ୨ ଜୁଲାଇ ପୂର୍ବରୁ ହଲଫନାମା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।