‘ହୋର୍ମୁଜ ଜଳପଥ’ରେ ଫସିଛନ୍ତି କଟକର ନାବିକ, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ
ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଫସିଛନ୍ତି କଟକର ଜଣେ ନାବିକ । ଏଲ୍ପିଜି ଆଣିବା ପାଇଁ ଯାଇଥିବା ଏକ ଜାହାଜରେ ମୁଖ୍ୟ ଅଧିକାରୀ ଥିବା କଟକ ସିଡିଏର ଅଶୋକ କୁମାର ଦୀକ୍ଷିତ ଫସିରହିଛନ୍ତି । ଗଲା ୨୦ ଦିନ ହେବ ସେ’ କତାର ପାଖରେ ଥିବା ‘ ରାସ୍ ଲଫାନ୍’ ପୋର୍ଟର ଆଙ୍କର ସ୍ଥଳୀରେ ଜାହାଜକୁ ଅଟକାଇ ଛିଡ଼ା ହୋଇଛନ୍ତି । ସେଠାରୁ ଜାହାଜକୁ ବାହାର କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।ପ୍ରତି ମୂହୂର୍ତ୍ତରେ ଇରାନ ପଟୁ ଟର୍ମିନାଲ ଉପରେ ମିଶାଇଲ ଆକ୍ରମଣ ଚାଲିଥିବା ସେ ଭିଡିଓରେ କହିଛନ୍ତି । ତେବେ କାତାରର ଏୟାର ଡିଫେନ୍ସ ସିଷ୍ଟମ ସବୁ ମିଶାଇଲକୁ ଆକାଶରେ ହିଁ ନଷ୍ଟ କରୁଥିବା ସେ କହିଛନ୍ତି । ତେବେ ତାଙ୍କ ଜାହାଜ ନିକଟରେ କିଛି ମିଶାଇଲ ଧ୍ବଂସାବିଶେଷ ପଡିଥିବା ସେ ଭିଡିଓରେ ଜଣାଇଛନ୍ତି ।ଫଳରେ ତାଙ୍କ ଜାହାଜକୁ ‘ରାସ୍ ଲଫାନ୍’ ପୋର୍ଟ ବା ବନ୍ଦର ପାଖରେ ଥିବା ଆଙ୍କର ସ୍ଥଳୀରେ ଅଟକାଇବାକୁ ପଡ଼ିଲା । ଏହା କତାରର ଏକ ପ୍ରମୁଖ ପୋର୍ଟ । ତେବେ ଗଲା ୨୦ ଦିନ ହେବ ସେ ଉକ୍ତ ପୋର୍ଟ ପାଖରେ ଜାହାଜକୁ ଅଟକାଇ ରହିଛନ୍ତି । ଏହା ମଧ୍ୟରେ ଇରାନ୍ ପକ୍ଷରୁ କତାରର ଏଲ୍ଏନ୍ଟି ଟର୍ମିନାଲ୍କୁ ମିସାଇଲ୍ ମାଡ଼ କରାଯାଉଛି । ଏଥିରେ ଏକ ଏଲ୍ଏନ୍ଜି ଉତ୍ପାଦନ କେନ୍ଦ୍ର ନଷ୍ଟ ହୋଇଛି । ଏହା ପ୍ରଭାବରେ କତାରରେ ଏଲ୍ଏନ୍ଜି ଉତ୍ପାଦନ ବନ୍ଦ କରାଯାଇଛି ।
