ଅବକାରୀ ବିଭାଗ ର ଚଢ଼ାଉ।20 ଲିଟର ଦେଶୀ ମଦ ସହ ବାଇକି ଜବତ।

କୋଣାର୍କ:- 22/04/2026 ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ରେଞ୍ଜ ନିରୀକ୍ଷକ ଶ୍ରୀ ପ୍ରଭାକର ସେଠିଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ବଜ଼ାର ନିକଟରେ ଚଢ଼ାଉ କରି 20 ଲିଟର ଦେଶୀ ମଦ ଏବଂ ତାର TVS Excel luna Bike ଯାହାର No- OD 13 B 8229 ସହ ପ୍ରମୋଦ ପାତ୍ର , ବୟସ -30,ପିତା -ଲଷ୍ମୀଧର ପାତ୍ର ଗିରଫ କରିଛି।ପ୍ରମୋଦ ଙ୍କ ଘର ନୂଆହାଟ ନିକଟସ୍ଥ ନୂଆପାଟଣାଜଣାପଡିଛି,ଆଜି ନିମାପଡା ଅବକାରୀ ରେଞ୍ଜ କେସ ନଂ -7/2026-27 ରେ ଏକ ମାମଲା ଋଜୁକରି ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ.ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି.ଏହି ଚଢ଼ାଉରେ Staff- ଶେଖ ୱାରିସ,ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ.ଆଗାମୀ ଦିନରେ ବେଆଇନି ଚୋରା ମଦ ସହ ଦେଶୀ ମଦ ଜବତ କରାଯିବ ବୋଲି ନିମାପଡା ଅବକାରୀ ପ୍ରଭାକର ସେଠି ସୂଚନା ଦେଇଛନ୍ତି।