ଅଭିନେତ୍ରୀ ମୌସୁମୀ ନାୟକ ଗିରଫ କରାଯାଇଛି।
ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ କୁ ବାନ୍ଧିଛି ପୋଲିସ । ଜଣେ ଲେଖିକାଙ୍କୁ ଜବରଦସ୍ତ ମାଗିଥିଲେ ଟଙ୍କା । ଏହି ଅଭିଯୋଗରେ ବାନ୍ଧିଛି ଇନ୍ଫୋସିଟି ଥାନା ପୋଲିସ୍ । ଯୁବ ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିବାଦ ପଛରେ ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।ବନସ୍ମିତାଙ୍କୁ ଟଙ୍କା ଦାବି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମୌସୁମୀ ।
ମୌସୁମୀ ଓଡ଼ିଶୀ ନୃତ୍ୟ ଶିଖାଇଥିବାରୁ ବନସ୍ମିତାଙ୍କ ସହ ତାଙ୍କର ଗୁରୁଶିଷ୍ୟା ସମ୍ପର୍କ ରହିଥିଲା। ବନସ୍ମିତାଙ୍କୁ ବିଭିନ୍ନ ଆଳ ଦେଖାଇ ମୌସୁମୀ ତାଙ୍କଠାରୁ ଟଙ୍କା ଧାର ନେଇଥିବାବେଳେ ତାହା ନ ଫେରାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫ ପରେ ମୌସୁମୀଙ୍କୁ ଇନଫୋସିଟି ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପୁଲିସ ଛାନଭିନ ପରେ ମୌସୁମୀ ସତ ମାନିଥିବା କୁହାଯାଇଛି। ତାଙ୍କ ଆକାଉଣ୍ଟ ଯାଞ୍ଚ ପରେ କୋଲକାତା ଓ ଦୁବାଇ ଲିଙ୍କ ଥିବା ସାମ୍ନାକୁ ଆସିଛି।
ଅନେକ ବେଆଇନ୍ ଅର୍ଥ କାରବାରର ତଥ୍ୟ ମୌସୁମୀ ଦେଇପାରୁନଥିବା ସୂଚନା ରହିଛି। ମୌସୁମୀ ଦୀର୍ଘଦିନ ହେବ ପୁଲିସ ଠାରୁ ଲୁଚୁଥିବା ନେଇ ଅଭିଯୋଗ ହୋଇଛି।ଗତ କିଛି ଦିନ ତଳେ ନାମୀଦାମୀ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ମୌସୁମୀ ନାୟକ । ବନସ୍ମିତା ତାଙ୍କୁ ଏସ୍କଟ ବିଜ୍ନେସ ପାଇଁ ପ୍ରସ୍ତାବ ଦେଉଥିବା ଅଭିଯୋଗ କରିଥିଲେ ମୌସୁମୀ । ଏଥିସହ ତାଙ୍କଠାରୁ ନେଇଥିବା ଟଙ୍କା ଫେରାଉନଥିବା ସେ ଅଭିଯୋଗ କରିଥିଲେ ।