ଆଉ ନିର୍ବାଚନ ଲଢିବେନି ବିଧାୟକ ସାରଦା

୨୦୨୯ ନିର୍ବାଚନ ଲଢିବେ ନାହିଁ ରାଉରକେଲା ବିଧାୟକ ସାରଦା ନାୟକ । ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ଆଜି ମଦ ବିରୋଧୀ ଆନ୍ଦୋଳନ ଅବସରରେ ନିଜେ ଦେଲେ ସୂଚନା । ରାଜନୀତିରୁ ସନ୍ୟାସ ନେବେନି ବରଂ ବିଜେଡି ସଂଗଠନକୁ ମଜଭୁତ କରିବାକୁ ଏବଂ ନୂଆ ନେତୃତ୍ୱ ଗଢିବାରେ କାମ କରିବେ ବୋଲି ସେ କହିଛନ୍ତି । ରାଉରକେଲାବାସୀ ତାଙ୍କୁ ୪ଥର ନିର୍ବାଚିତ କରିଛନ୍ତି ଏଥିପାଇଁ ସେ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ସେମାନଙ୍କ ଭଲପାଇବା ଓ ଅବଦାନକୁ ସେ ଭୁଲିବେ ନାହିଁ ବୋଲି କହିଛନ୍ତି । ଆଗାମୀ ଦିନରେ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ନୂଆ ଓ ଯୋଗ୍ୟ ଚେହେରା ସାମ୍ନାକୁ ଆସିବେ ବୋଲି ସେ କହିଛନ୍ତି । ତେବେ ୨୦୦୪, ୨୦୦୯,୨୦୧୯ ଓ ୨୦୨୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ରାଉରକେଲା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ୨୦୦୯ରୁ ୨୦୧୨ ମଧ୍ୟରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ସାରଦା ନାୟକ । ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସାରଦା ବିଜେପିର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩ହଜାର ୫୫୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ୫ ଜାନୁଆରୀ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ ସାରଦା ନାୟକା