ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ
ବିବାହିତ ମହିଳାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କ୍ୟାପିଟାଲ୍ ଥାନା ଗୌତମନଗରରେ ରହୁଥିବା ପଟ୍ଟାମୁଣ୍ଡାଇ ଥାନା କଖାରୁଣୀ ଗାଁରେ ଦିନେଶ କୁମାର ସେଠୀ । ପୁଲିସ୍ ତା’ଠାରୁ ଏକ ମୋବାଇଲ୍ ଜବତ କରିଛି ।ପୁଲିସ କହିବା ମୁତାବକ, ମହିଳା ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ ସେ ମାସେ ହେବ ଚାକିରି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ରହୁଥିଲେ। ଗତ ୬ ତାରିଖ ଦିନ ସ୍ନାପଚାଟ୍ ମାଧ୍ୟମରେ ତାଙ୍କର ଦିନେଶ ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଦିନେଶ ନିଜକୁ ଏକ ନିର୍ମାଣ କାର୍ଯ୍ୟସ୍ଥଳର ସୁପରଭାଇଜର ବୋଲି ପରିଚୟ ଦେଇ ଗୌତମ ନଗରସ୍ଥିତ ନିର୍ମାଣସ୍ଥଳରେ ତାଙ୍କୁ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲା। ଆଶ୍ୱାସନା ପାଇ ମହିଳା ଜଣକ ଗତ ୭ ତାରିଖ ସନ୍ଧ୍ୟାରେ ଗୌତମ ନଗର ସ୍ଥିତ ନିର୍ମାଣଧିନ ପ୍ରକଳ୍ପକୁ ଆସିଥିଲେ।କିଛି ସମୟ କଥାବାର୍ତ୍ତା ପରେ ଦିନେଶ ତାଙ୍କୁ ନିଜ ରୁମକୁ ଡାକି ନେଇ ଚାକିରି ଦେବା ପାଇଁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା । ଏହାସହିତ ରୁମ୍ ଭିତରେ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲା। ମହିଳା ଜଣକ ନିନ୍ଦା ଅପବାଦ ଭୟରେ ଘଟଣା ସମ୍ପର୍କରେ କାହାକୁ ଜଣାଇନଥିଲେ। ୧୦ ତାରିଖ ସକାଳେ ଦିନେଶ ନିଜ ହ୍ୱାଟ୍ସଆପ୍ ନମ୍ବରରୁ ମହିଳାଙ୍କ ମୋବାଇଲକୁ ଦୁଷ୍କର୍ମ ବେଳର ଭିଡିଓ ପଠାଇଥିଲା। ବ୍ଲାକମେଲ୍ କରି ଏକଲକ୍ଷ ଟଙ୍କା ଦାବି କରିବା ସହ ପୁନର୍ବାର ଦେଖା କରିବାକୁ ଦାବି କରିଥିଲା। ଭୟ ଓ ଚାପରେ ମହିଳା ଜଣକ ତାଙ୍କ କଥା ମାନିଥିଲେ। କିନ୍ତୁ ଅଭିଯୁକ୍ତ ବାରମ୍ବାର ସମାନ ଦାବି କରି ତାଙ୍କୁ ହଇରାଣ କରି ଚାଲିଥିଲା।ଏହି ନିର୍ଯାତନା ସହି ନପାରି ମହିଳା ଜଣକ ସମସ୍ତ ଘଟଣା ନିଜ ସ୍ୱାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ମୋବାଇଲ ନମ୍ୱର ସଂଗ୍ରହ କରି ଯୋଗାଯୋଗ କରିବାରୁ ଦିନେଶ ପ୍ରତିଶୋଧ ପରାୟଣ ହୋଇ ମହିଳାଙ୍କ ସମସ୍ତ ନଗ୍ନ ଫଟା ତାଙ୍କ ସ୍ୱାମୀଙ୍କ ମୋବାଇଲକୁ ପଠାଇଥିଲା । ଏଥିସହ ଉକ୍ତ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ସହ ମହିଳାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା । ତେବେ କିଛି ଉପାୟ ନ ପାଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଦିନେଶ ବାପୁଜୀନଗର ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ତାକୁ ଗିରଫ କରିଥିଲା । ତା’ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଥିଲା । ଯାଞ୍ଚ ସମୟରେ ଉକ୍ତ ମୋବାଇଲରେ ଅଭିଯାଗକାରିଣୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଜଣାପଡ଼ିଥିଲା । ସତ୍ୟନଗର ଅଞ୍ଚଳରୁ ଗିରଫ କରିବା ସହ ସ୍କୁଟିକୁ ମଧ୍ୟ ଜବତ କରିଥିଲା