ହଠାତ୍ ରାସ୍ତାରେ ଅଚେତ ହୋଇ ପଡ଼ିଲେ ପୂର୍ବତନ ଉପରାଷ୍ଟ୍ରପତି
ଦେଶର ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ଵାସ୍ଥ୍ୟବସ୍ଥା ବୁଧବାର ଅଚାନକ ବିଗିଡ଼ିଛି। ପ୍ରାତଃ ଭ୍ରମଣ ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଗଲେ ଧନଖଡ଼। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। କିଛି ମିନିଟ୍ ପର୍ଯ୍ୟନ୍ତ ସେ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି ।ଘଟଣା ପରେ ତାଙ୍କ ସହ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ PCR ଗାଡ଼ିରେ ଘରକୁ ନେଇଥିଲେ । ପରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସେସ୍ (ILBS)ର ଡାକ୍ତରୀ ଟିମ୍ ଏବଂ AIIMSର ବରିଷ୍ଠ ଡାକ୍ତର ସନ୍ଦୀପ ସେଠ୍ ସେଠାରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ AIIMS ନିଆଯାଇଥିଲା।ବର୍ତ୍ତମାନ ସୁଦ୍ଧା AIIMS ପ୍ରଶାସନ ପକ୍ଷରୁ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅଧିକାରିକ ମେଡିକାଲ ବୁଲେଟିନ୍ ଜାରି କରାଯାଇନାହିଁ । ଏକ ରିପୋର୍ଟ ଅନୁସାରେ, ତାଙ୍କୁ AIIMSର କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି କରାଯାଇଛି । ସେଠାରେ କାର୍ଡିଓଲୋଜି ବିଭାଗର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି।