ଆସିଲା ICSE, ISC ପରୀକ୍ଷା ତାରିଖ

କାଉନ୍‌ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍‌ଜାମିନେସନ୍ ବା CISCE ପକ୍ଷରୁ ICSE- ଦଶମ ଏବଂ ISC- ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବ୍ରୁଆରୀ ୧୫ରୁ ICSE ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଭାରତ ଓ ବିଦେଶରୁ ମୋଟ ୩ ଲକ୍ଷ ୭୯ ହଜାର ୯୮୦ ଜଣ ପରୀକ୍ଷାର୍ଥୀ ICSE ଓ ISC ପରୀକ୍ଷା ଦେବାକୁ ପଞ୍ଜୀକୃତ ହୋଇଛନ୍ତି । ପରୀକ୍ଷା ପରିଚାଳନା ପାଇଁ ଭାରତ ସମେତ ବିଦେଶରେ ମୋଟ ୨,୮୩୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ।ଦଶମ ପରୀକ୍ଷା ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ । ପରୀକ୍ଷାର୍ଥୀ ଓ ସମ୍ପୃକ୍ତ ସ୍କୁଲଗୁଡ଼ିକ CISCEର ଅଫିସିଆଲ୍ ୱେବସାଇଟ୍‌ cisce.org କୁ ଯାଇ ବିସ୍ତୃତ ସମୟସୂଚୀ ବା Time Table ଯାଞ୍ଚ କରିପାରିବେ ।ଫେବ୍ରୁଆରୀ ୧୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ହେବ । ଦଶମ ପରୀକ୍ଷା ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୯ ଯାଏଁ ଚାଲିବାକୁ ଥିବାବେଳେ ଦ୍ବାଦଶ ପରୀକ୍ଷା ଫେବ୍ରୁଆରୀ ୧୬ରୁ ଏପ୍ରିଲ୍ ୯ ଯାଏଁ ଚାଲିବ । ଦଶମ ଓ ଦ୍ବାଦଶ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ।