ପାକିସ୍ତାନୀ ସମ୍ବାଦିକା ରାବିଆ ଅହସାନଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନୀ ଟେଲିଭିଜନ ଆଙ୍କର ରାବିଆ ଏହସାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ରାୱଲପିଣ୍ଡିରେ ଘଟିଛି। ଯାହା ପାକିସ୍ତାନର ମିଡିଆ ଶିଳ୍ପକୁ ସ୍ତବ୍ଧ କରିଦେଇଛି। ପାକିସ୍ତାନୀ ଟେଲିଭିଜନ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ରାବିଆ ଏହସାନଙ୍କୁ ରବିବାର ରାୱଲପିଣ୍ଡିର ଗୁଲଶାନାବାଦ ଅଞ୍ଚଳରେ ତାଙ୍କ ଘରେ ମୃତଦେହ ମିଳିଥିଲା। ତାହା ପୁଣି ତାଙ୍କୁ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି।ଏହି ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଅହସାନ ତାହିରଙ୍କୁ ଅଟକ ରଖିବା ସହ ଏକ ବନ୍ଧୁକ ଜବତ କରିଛି ।ସୂଚନା ଅନୁସାରେ, ୪୧ ବର୍ଷୀୟ ରାବିଆଙ୍କୁ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନିଜ ଶୋଇବା ଘରେ ଗୁଳି କରାଯାଇଥିଲା । ଘଟଣା ସମୟରେ ତାଙ୍କ ମାଆ ଓ ଭଉଣୀ ଘରର ଲନ୍‌ରେ ଥିଲେ । ଗୁଳି ଶବ୍ଦ ଶୁଣି ଭଉଣୀ ଆଲୱିନା ଶୋଇବା ଘରକୁ ଦୌଡ଼ି ଯାଇଥିଲେ । ସେଠାରେ ରାବିଆଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବା ସହ ସ୍ୱାମୀଙ୍କ ହାତରେ ପିସ୍ତଲ ଥିବା ଦେଖିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତାଙ୍କ ବେକ ତଳେ ଓ ପିଠିର ଡାହାଣ ପାର୍ଶ୍ୱରେ ଗୁଳିମାଡ଼ର କ୍ଷତ ଚିହ୍ନ ମିଳିଥିଲା । ପଞ୍ଜାବ ଫରେନସିକ୍ ସାଇନ୍ସ ଅଥରିଟି ଘଟଣାସ୍ଥଳରୁ ଏକ .୩୦ ବୋର୍ ପିସ୍ତଲ ଓ ଗୁଳି ଜବତ କରିଛି । ତେବେ ଗୁଳିଟି ଭୁଲବଶତଃ ଫୁଟିଥିବା ନେଇ ସ୍ୱାମୀ ଅହସାନ କହିଥିବା ଘରର ଜଣେ କର୍ମଚାରୀ ପୁଲିସକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପିସ୍ତଲ ପାଇଁ କୌଣସି ବୈଧ ଲାଇସେନ୍ସ ଦେଖାଇପାରିନାହାନ୍ତି ଅହସାନ ।୪୧ ବର୍ଷୀୟା ରାବିଆ ଏହସାନ ଘରୋଇ ଟିଭି ଚ୍ୟାନେଲର ଜଣେ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ଭାବରେ କାମ କରନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି। ଜଣଙ୍କ ବୟସ ବୟସ ୧୩ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।