ଭୟଙ୍କର ଟ୍ରେନ ଦୁର୍ଘଟଣା: ଦୁଇଟି ଟ୍ରେନ ମଧ୍ୟରେ ଧକ୍କା; ୭ ମୃତ
ଇଜିପ୍ଟ ରାଜଧାନୀ କାହିରାରୁ ଦକ୍ଷିଣରେ ୫୨ କିଲୋମିଟର ଦୂର ଗିଜା ପ୍ରାନ୍ତର ଅଲ ଅୟାତ ଜିଲ୍ଲାରେ ରବିବାର ଭୀଷଣ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନୁନ୍ୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି।ଏହି ଭୟଙ୍କର ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ-ସିସି କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ଗଭୀର ଚିନ୍ତିତ ଅଛନ୍ତି ଏବଂ ତୁରନ୍ତ ତଦନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ, ‘ଯେଉଁମାନେ ଅବହେଳା କରିଥିବେ ସେମାନଙ୍କୁ ଛଡ଼ାଯିବ ନାହିଁ; ଦାୟୀ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଭୋଗିବାକୁ ପଡ଼ିବ।’ସେପଟେ ରେଳବାଇ ଅଧିକାରୀମାନେ ରେଳ ଟ୍ରାକରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ ହଟାଇବାକୁ ଓ ଲାଇନରେ ପୁଣି ରେଳ ଚଳାଚଳ ସ୍ୱଭାବିକ କରିବାକୁ କ୍ରେନ ସମେତ ଅନ୍ୟ ଯନ୍ତ୍ର ମୁତୟନ କରିଛନ୍ତି।