ରାଜରାଜେଶ୍ବରୀ ପୀଠରେ ଶ୍ରୀଚଣ୍ଡୀ ଯଜ୍ଞ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚିନ୍ତାମଣି ପୁର ଗ୍ରାମର ଆରାଧ୍ୟ୍ୟା ଗ୍ରାମ ଦେବତୀ ମାଆ ରାଜରାଜେଶ୍ବରୀଙ୍କ ଶକ୍ତି ଓ ଶାନ୍ତି ପୀଠରେ ପବିତ୍ର ଦୀପାବଳି ଶ୍ୟାମାକାଳୀ ପୂଜା ଅବସରରେ ବିଶ୍ୱମଙ୍ଗଳ ଶ୍ରୀଚଣ୍ଡୀ ଯଜ୍ଞ ଆଧ୍ୟାତ୍ମିକମୟ ପରିବେଶରେ ପ୍ରଥା ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ବୈଦିକ ବ୍ରାହ୍ମଣ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଷଢ଼ଙ୍ଗୀ,ଦିଲ୍ଲୀପ କୁମାର ପ୍ରହରାଜଙ୍କ ପ୍ଲୁତ ପବିତ୍ର ମନ୍ତ୍ର ଧ୍ବନିରେ ଯଥା ରୀତି ନୀତି ଅନୁଯାୟୀ ଶ୍ରୀଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଯଜ୍ଞର କର୍ତ୍ତା ଓ କର୍ତ୍ତୀ ଭାବେ ଦେବଦତ୍ତ ବେହେରା,ଆଲିସା ରଣା ଏବଂ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାଙ୍କ ସମେତ ବଟକୃର୍ଷ୍ଣ ଦାସ, ଅକ୍ଷୟ ଫଗୁଣ, ଦେବେନ୍ଦ୍ର ବେହେରା, କେଶବ ସୁନିଆ ଦାସ, ସୁଶାନ୍ତ ବାରିକ ସମେତ ଶତାଧିକ ଶ୍ରଦ୍ଧାଳୁ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ମାତୃଶକ୍ତି କୃପା ଲାଭ କରିଥିଲେ ।।କଟକ ଚିନ୍ତାମଣି ପୁର ଶକ୍ତି ଓ ଶାନ୍ତି ପୀଠରୁ ବ୍ୟୁରୋଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ ଙ୍କ HRTV ଓଡିଆ ।।