୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନମାଝୀ । ଆଜି ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ରାଜ୍ୟର ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଲା ଭତ୍ତା। ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ଭତ୍ତା ପ୍ରଦାନ କରାଯିବ। ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଧୀ । ଏହା ସହ ଉଦ୍ଘାଟିତ ହୋଇଛି ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ। ଆଜିଠାରୁ ୟୁପିଏମପି ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ । ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟାମରେ ଆବେଦନ କରିପାରିବେ । ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ନୋଡାଲ ଅଫିସରକୁ ଭେଟି ବି ସୁବିଧା ପାଇବେ । ଯେଉଁ ହିତାଧିକାରୀଙ୍କୁ ୮୦ ବର୍ଷ ପୂରିବ ଆପଣା ଛାଏଁ ୩୫୦୦ ଟଙ୍କା ପାଇବେ । ନୂଆ ହିତାଧିକାରୀଙ୍କୁ ଅକ୍ଟୋବରକୁ ମିଶାଇ ୨ ମାସର ଭତ୍ତା ଏକାସାଙ୍ଗେ ପାଇବେ । ଚଳିତ ମାସ ୨୫ ତାରିଖରେ ସମସ୍ତେ ଭତ୍ତା ପାଇବଏ ବୋଲି ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ।