ଆଜିଠୁ ପୁଣି ଖୋଲିବ ରତ୍ନ ଭଣ୍ଡାର, SOP ଅନୁସାରେ ଚାଲିବ କାର୍ଯ୍ୟ 

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।