ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଓଡ଼ିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ  କିନ୍ତୁ ଏହା ଓଡ଼ିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଜିଲ୍ଲାରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ।ଆଜି ମୟୂରଭଂଜ ଓ କେଉଁଝର ଜିଲ୍ଲାରେ କାଳବୈଶାଖୀର ଅଧିକ ପ୍ରଭାବ ରହିବ । ଏଥିସହିତ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ରହିବ । ସେହିପରି ରାୟଗଡ଼ା, କୋରାପୁଟ୍, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରକୋପ ଅନୁଭୂତ ହେବ ।