ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ, ସମୁଦ୍ରରେ ଦେଖାଦେଲା ହାତୀ ଶୁଣ୍ଢ

କାଳବୈଶାଖୀ ବେଳେ ସମୁଦ୍ରରେ ବିଚିତ୍ର ଦୃଶ୍ୟ । କଳାହାଣ୍ଡିଆ ମେଘ ସହ ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ ଲମ୍ୱିଥିଲା ଶୁଣ୍ଢ ।ଏହି ହାତୀ ଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଜଳଚକ୍ର । ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ଜଳ । ଏହି ବିରଳ ଚିତ୍ର ଦେଖିବାକୁ ମିଳିଥିଲା ସମୁଦ୍ର କୁଳଠାରୁ ମାତ୍ର କେଇ କିଲୋମିଟର ଦୂରରେ । ଏ ଭଳି ଏକ ମହାଜାଗତିକ ଦୃଶ୍ୟକୁ ସମୁଦ୍ର କୂଳରେ ରହିଥିବା ପର୍ଯଟକ ମାନେ ଉପଭୋଗ କରିବା ସହିତ ନିଜ ନିଜ ମୋବାଇରେ ଭିଡିଓ ସୁଟିଂ କରି ଚାଲିଥିଲେ ।