ଆଜି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ କ୍ଷେତ୍ର ସ୍ତରରେ ଉପସ୍ଥିତ ଅଛି, ଆବଶ୍ୟକୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିବା ସହିତ ପରିସ୍ଥିତି ଉପରେ ନଜର ରଖିଛି ।  ମୁଖ୍ୟମନ୍ତ୍ରୀ ସୋସିଆଲ୍‌ ମିଡିଆ  ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ  ଉଦ୍ଧାର ଓ ସହାୟତା କାର୍ଯ୍ୟର ସୁଚାରୁ  ପରିଚାଳନା ପାଇଁ ୩ ଜଣ ବରିଷ୍ଠ  ତଥା ଅଭିଜ୍ଞ ଅଧିକାରୀଙ୍କୁ ବାଲେଶ୍ୱର,  ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର  ଦାୟିତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍‌  କମିଶନର ସମସ୍ତ ଜିଲ୍ଲା ପ୍ରଶାସନ  ସହ ନିରନ୍ତର ସମନ୍ୱୟ ରକ୍ଷା କରି  କାର୍ଯ୍ୟର ତଦାରଖ କରୁଛନ୍ତି ।  ପ୍ରଭାବିତ ଲୋକଙ୍କ ନିକଟରେ  ଶୀଘ୍ର ସହାୟତା ପହଞ୍ଚାଇବା ଏବଂ  ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା  ଆମର ସର୍ବୋଚ୍ଚ ପ୍ରାଥମିକତା । ସୋମବାର ମୁଁ  ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର  ପ୍ରତ୍ୟକ୍ଷ ଅନୁଧ୍ୟାନ କରିବି ।