ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ଅଗଷ୍ଟ ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ଦିଆଯିବ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି । ବାଦ୍ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ୫ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।