ଆଜି ହେଉଛି ବିଶ୍ୱ ମସ୍ତିସ୍କ ଦିବସ
ପ୍ରତିବର୍ଷ ଜୁଲାଇ 22 ରେ ବିଶ୍ୱ ମସ୍ତିସ୍କ ଦିବସ ପାଳନ କରାଯାଏ, ବିଶ୍ୱ ମସ୍ତିଷ୍କ ଦିବସ ହେଉଛି ଏକ ବିଶ୍ୱ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଯାହାକି ବିଶ୍ୱ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜି ଦ୍ୱାରା ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ସ୍ନାୟୁଗତ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଏକ ସର୍ଭେରୁ ଜଣାପଡିଛି ଯେ ୨୦୨୧ରେ ଦୁନିଆରେ ୩୦ କୋଟିରୁ ଅଧିକ ଲୋକ କୌଣସି ନା କୌଣସି ନ୍ୟୁରୋଲୋଜିକାଲ ରୋଗ ବା ଶିରାପ୍ରଶିରା ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି । ମସ୍ତିସ୍କ ଆମ ଶରୀର ର ମୁଖ୍ୟ ନିୟନ୍ତ୍ରକ, ଯାହା ସ୍ମରଣ ଶକ୍ତି, ଭାବନା , ବସିବା – ଉଠିବା ପରି ସବୁ ଗତିବିଧିକୁ ନିୟନ୍ତ୍ରିତ କରିଥାଏ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଚିନ୍ତା, ନିଦର ଅଭାବ କାରଣରୁ କମ୍ ବୟସରୁ ହିଁ ଅନେକ ଲୋକଙ୍କ ସ୍ମରଣ ଶକ୍ତି ଦୁର୍ବଳ ହେବାରେ ଲାଗିଛି । ସୁସ୍ଥ ଜୀବନଶୈଳୀ ପାଇଁ ପୋଷଣ, ଭଲ ନିଦ, ଚିନ୍ତାମୁକ୍ତ ରହିବା ସହ ସୁଷମ ଖାଦ୍ୟ ନିତାନ୍ତ ଆବଶ୍ୟକ । ଏହାଦ୍ୱାରା ଆପଣ ଆପଣଙ୍କ ମସ୍ତିସ୍କର ସ୍ୱାସ୍ଥ୍ୟାବସ୍ଥା ସୁଧାରି ପାରିବେ ଏବଂ ସ୍ମରଣ ଶକ୍ତି ତୀକ୍ଷ୍ଣ ମଧ୍ୟ ହେବ ।