ଆରପାରିରେ ‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡଭି

ବଲିଉଡ ଜଗତରୁ ଆଉ ଏକ ଦୁଃଖଦ ଖବର । ‘ଧୁମ୍’ ଏବଂ ‘ଧୁମ୍ ୨’ ର ନିର୍ଦ୍ଦେଶକ ସଞ୍ଜୟ ଗଡଭି ଏହି ଦୁନିଆକୁ ଅବଲବିଦା କହି ଚାଲିଯାଇଛନ୍ତି ।ଆଜି ରବିବାର ଦିନ ପ୍ରାୟ ୧୦ ଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୭ ବର୍ଷ ହୋଇଥିଲା । NBTର ରିପୋର୍ଟ ଅନୁସାରେ, ସଞ୍ଜୟ ଗଡଭି ପ୍ରତ୍ୟେକ ଦିନ ପରି 19 ତାରିଖ ଦିନ ମଧ୍ୟ ଚା’ପି ନିଜର ଦିନ ଆରମ୍ଭ କରିଥିଲେ । ପ୍ରାୟ 8.45 ସମୟରେ ସେ ଘରେ ଚା ପିଉଥିବା ବେଳେ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ତଳେ ଟଳିପଡିଥିଲେ ।

ଏହା ପରେ ତାଙ୍କୁ ତୁରନ୍ତ ଅନ୍ଧେରୀର କୋକିଲାବେନ ଧୀରବାଇ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ନିର୍ଦ୍ଦେଶକ ସଞ୍ଜୟ ଗଡଭିଙ୍କ ଦେହାନ୍ତ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଏହି ଦୁନିଆରୁ ବିଦାୟ ବଲିଉଡ ପାଇଁ ଏକ ବଡ କ୍ଷତି ।ସଞ୍ଜୟ ‘କିଡନାପ୍’, ‘ଅଜାବ ଗଜବ ଲଭ୍’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଅଭିଷେକ ବଚ୍ଚନ ଏବଂ ଜନ୍ ଅବ୍ରାହମଙ୍କ ଅଭିନୀତ ଫିଲ୍ମ ଧୁମ୍ ଏବଂ ଧୂମ-2 ରେ ନିର୍ଦ୍ଦେଷନା ପାଇଁ ସେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ଉଭୟ ସିନେମା ସୁପରହିଟ୍ ପ୍ରମାଣସ ହୋଇଥିଲା ।

Leave a comment