ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର
ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ଆୟୋଜନ ହେବ ନାହିଁ। ଏଥିସହ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ଉପହାର କିମ୍ବା ଫୁଲତୋଡ଼ା ନ ଆଣିବାକୁ ଶୁଭେଚ୍ଛୁ ଓ ନାଗରିକଙ୍କୁ ଅନୁରୋଧ କରାଯାଇଛି । ବିପର୍ଯ୍ୟୟ ପ୍ରଭାବିତଙ୍କ ଦୁଃଖରେ ସାମିଲ ହୋଇ ସେମାନଙ୍କୁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି।