୧୩ ବର୍ଷର ଟେଷ୍ଟ କ୍ରିକେଟକୁ ଅଲବିଦା, ଅବସର ନେଲେ ମହମ୍ମଦ ସାମି
ଭାରତୀୟ କ୍ରିକେଟ୍ର ଲାଲ୍ ବଲ୍ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଟେଷ୍ଟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି ଭାରତର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି । ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟାର୍ ଭାରତୀୟ ପେସର୍ ମହମ୍ମଦ ସାମି। ତେବେ ଟେଷ୍ଟରୁ ବିଦାୟ ନେଇଥିଲେ ମଧ୍ୟ ଦିନିକିଆ ଓ ଟି-୨୦ରେ ଜାରି ରହିବ ତାଙ୍କ କ୍ରିକେଟ୍ ଯାତ୍ରା ।ନିଜ ଅବସର ବାର୍ତ୍ତାରେ ଶାମି ଲେଖିଛନ୍ତି, ପ୍ରଥମ ଥର ଭାରତର ଟେଷ୍ଟ ଜର୍ସି ପିନ୍ଧିବା ବେଳେ ଦେଶ ପାଇଁ କିଛି କରିବା ହିଁ ତାଙ୍କର ସ୍ୱପ୍ନ ଥିଲା । ଏହି ଯାତ୍ରାର ପ୍ରତ୍ୟେକ ୱିକେଟ୍, ସଂଘର୍ଷ, ଆଘାତ ଓ ପ୍ରତ୍ୟାବର୍ତ୍ତନ ତାଙ୍କୁ ଅନେକ କିଛି ଶିଖାଇଛି । ସାଥୀ ଖେଳାଳି, କୋଚ୍, ପରିବାର, ବିସିସିଆଇ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ଏବଂ ପ୍ରଶଂସକଙ୍କୁ ମଧ୍ୟ ଜଣାଇଛନ୍ତି କୃତଜ୍ଞତା । ତେବେ ଶାମିଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଥିଲା ୨୦୨୩ ଜୁନରେ ଦି ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଏହାପରେ ଆଘାତ ଓ ଦଳୀୟ ଚୟନ ଯୋଗୁଁ ତାଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିନଥିଲା ।