କ୍ୟାଟ୍ରିନାଙ୍କ ‘ଟାୱେଲ୍ ଫାଇଟ୍’

ଦୀପାବଳି ଅବସରରେ ନଭେମ୍ବର ୧୨ ତାରିଖରେ ରିଲିଜ୍ ହୋଇଛି ତାଙ୍କ ଫିଲ୍ମ ‘ଟାଇଗର-୩’ । ସିନେମାରେ ମୁଖ୍ୟ ଭୂମିକାରେ ବଲିଉଡ ହେରା ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିଛନ୍ତି ।

ଫିଲ୍ମ ଦେଶ ଓ ବିଦେଶ ରେ ଭଲ ରୋଜଗାର କରୁଛି | ଫିଲ୍ମ ବହୁତ ସୁନ୍ଦର ହୋଇଛି |ଏଥିରେ ସଲମାନ ଖାନଙ୍କ ବନ୍ଧୁକ ଭରା ଫାଇଟ ସାଙ୍ଗକୁ ଖଳନାୟକ ଇମ୍ରାନ ହାସମୀଙ୍କ ଜବରଦସ୍ତ ଲୁକ ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ବା ଏହି ଫିଲ୍ମର ନାୟିକା କ୍ୟାଟ୍ରିନା କୈଫଙ୍କ ଏକ ଫାଇଟ ସେନ୍ସ ମଧ୍ୟ ନଜରକୁ ଆସିଛି । ସଲମାନ ଖାନଙ୍କ ଆକ୍ସନକୁ ନେଇ ଯେତିକି ଚର୍ଚ୍ଚା କ୍ୟାଟ୍ରିନାଙ୍କ ଏହି ଫାଇଟ୍ ସେନ୍ସକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା । କାରଣ ଏଥିରେ କ୍ୟାଟ୍ରିନାଙ୍କ ଏକ ଟାୱେଲ୍ ପିନ୍ଧା ଫାଇଟ୍ ସେନ୍ସ ରହିଛି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ଢେର ସାରା ଭଲ ପାଇବା ଦେଉଛନ୍ତି । ଏହି ଫାଇଟ ସେନ୍ସରେ ଅଭିନେତ୍ରୀ କ୍ୟାଟ୍ରିନା ଆଉ ଜଣେ ଅଭିନେତ୍ରୀ(ଖଳନାୟିକା)ଙ୍କ ସହ ଫାଇଟ କରୁଛନ୍ତି । ଉଭୟେ ଟାୱେଲ୍ ପିନ୍ଧିଥିବା ଅବସ୍ଥାରେ ଏକ ଡାର୍କ-ଲାଇଟ ରୁମରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ଫାଇଟ ଚାଲୁଥିବା ଦେଖିବାକୁ ମିଳିଛି । ତେବେ ଫିଲ୍ମର ଆଗକୁ କିଭଳି ପଦର୍ଶନ କରୁଛି | ତାହା ଆଗାମୀ ଦିନରେ ଜଣାପଡିବା

Leave a comment